ପାଟକୁରା, ୧୨/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁରବ୍ଲକରେ ରବିବାର ଠାରୁ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ଏ ଥିପାଇଁ ବିଭିନ୍ନ ପୁଜା କମିଟିର ପ୍ରସ୍ତୁତି ଶେଷ ହୋଇଛି । ଏନେଇ ପୁରପଲ୍ଲୀ ଆନନ୍ଦ ଉଲ୍ଲାସର ସହିତ ଉତ୍ସବ ମୁଖର ହୋଇଉଠିଛି । ବ୍ଲକର ବେଡାରୀ ,କୋରୁଆ କଲେଜ ଛକ.ସାନବେତରା ,ମଧୁ ,ଅଣ୍ଢାଳ ,ନଇନ୍ଦିପୁର, କେଡପଲ୍ଲା , ରାଏସର ,ବାସୁଦେଇପୁର ,ମାହାଳ ,ଚଷାକୁନ୍ଦ ,ଆଳିଜଙ୍ଗା , ଜୟତଳଙ୍ଗ, ତେଣ୍ଡାକୁଡ଼ା, ଶଙ୍କରଭୋଳ ସମେତ ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପରେ ମା ଗଜଲକ୍ଷ୍ମୀ ପୂଜା ପାଇବେ । ତେବେ ବେଡାରୀ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ନିଆରା ଢଙ୍ଗରେ ଗଜଲକ୍ଷ୍ମୀ ପୂଜା କରାଯିବ ବୋଲି ପୂଜା କମିଟର କର୍ମକର୍ତା କହିଛନ୍ତି । ସେଥିନିମନ୍ତେ ଗାଁ କୁ ଭଲ ଭାବରେ ସଫା ସୁତରା କରାଯିବା ସହ ପରିମଳ ଓ ରଙ୍ଗିନ ଆଲେକ ମାଳା ସହିତ ସୁଉଚ୍ଚ ତୋରଣ ବ୍ୟବସ୍ଥା କୁ ପ୍ରାଧାନ୍ୟ ଦିଆଯାଇଛି । ଧାନ ବିଲରୁ ଧାନ ଆସି ପୂଜା ମଣ୍ଡପରେ ରଖାଯାଇଥାଏ । ଗାଁର ଯୁବତୀ ମାନେ ନିଜର ଗାଁର ଉନ୍ନତି ପାଇଁ ମାଙ୍କୁ ସ୍ୱାଗତ କରିବା ପାଇଁ ଗାଁ କାନ୍ଥରେ ଚିତା ଲେଖିବା ସହ ରାସ୍ତାରେ ଝୋଟି ପକାଇଥାନ୍ତି । ଗାଁରେ ମା ଲଷ୍ୱୀ ଙ୍କ ପୂଜା ହେଉଥିବାରୁ ଗ୍ରାମବାସୀ ମାନେ ଆମିଷ ଭକ୍ଷଣ କରନ୍ତି ନାହିଁ । ଏହାବ୍ୟତିତ ଏହି ପୂଜା ମଣ୍ଡପରେ ମାନସିକ ଧାରୀ ଙ୍କ ମନସିକ ପୂରଣ ହୋଇଥିବାର ବିଶ୍ୱାସ ରହିଛି ଗ୍ରାମବାସୀ କହିଛନ୍ତି । ମାନସିକ ପୂରଣ ହେଲେ ଠାକୁରଙ୍କୁ ସୁନାଚିତା ଓ ରୂପାଚାନ୍ଦି ପ୍ରଦାନ କରିବାର ପରମ୍ପରା ରହିଛି । ଏହି ପୂଜା ମଣ୍ଡପରେ ମୃମଣୟୀ ପ୍ରତିମା ଙ୍କ ମକୁଟ କୁ ଚାନ୍ଦି ଅଳଙ୍କାରରେ ଆଭୁଷଣ କରାଯାଇଛି । ମା ଙ୍କୁ ଏବଂ ପାଶ୍ୱଦେବୀ ଙ୍କୁ ମୁକୁଟ ,ମଥାମଣୀ ,ନୋଥ ,ଶଖାଂ , ଅଂଟାବିଛା ,ପାଉଁଚି ସଜାଯାଇଥାଏ । ଏଥିସହିତ ଆକର୍ଷଣୀୟ ତୋରଣ ହେବାସହିତ ଓ ପ୍ରତ୍ୟେକ ରାତ୍ରୀ ରେ ସାଂକୃତିକ କାର୍ଯ୍ୟକ୍ରମ ସବିତ ବିଭିନ୍ନ ପ୍ରତିଭା ଧାରୀ ମାନଙ୍କୁ ପୁରସ୍କୁତ କରାଯିବାର ବ୍ୟବସ୍ଥା ରହିଛି । ବେଡାରୀ ଗ୍ରାମରେ ମା ଙ୍କୁ ଚାନ୍ଦୀ ଅଳଙ୍କାରରେ ସଜ୍ଜାଯାଉ ଥିବାରୁ ଏଠାରେ ଆଖପାଖ ଗ୍ରାମ ର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ । ଚଳିତବର୍ଷ ତୋରଣ ସହିତ ଠାକୁରଙ୍କ ଚାନ୍ଦି ମୁକୁଟ ,ଆଲେକ ସଜ୍ଜା ଓ ସାକୃତିକ କାର୍ଯ୍ୟକ୍ରମ କୁ ଶ୍ରଦ୍ଧାଳୁ ଙ୍କୁ ଆକୃଷ୍ଟ କରିବା ନେଇ ପ୍ରସ୍ତୁତି ସରିଛି ବୋଲି ପୂଜା କମିଟିର କର୍ମକର୍ତମାନେ କହିଛନ୍ତି । ପ୍ରତିବର୍ଷ ଭଳି ଦିନରେ ମାଙ୍କ ଭଷାଣୀ ଉସôବ ଘଂଟା ଘଂଟ କିର୍ତନ ମାଧ୍ୟମରେ କରାଯିବା ପାଇଁ ପ୍ରସ୍ତୁତ ସରିଛି ବୋଲି କର୍ମକର୍ତମାନେ ଜଣାଇଛନ୍ତି । ପୁଜା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର