Friday , October 22 2021
Breaking News
Home / ବିଶେଷ / କ୍ରିମିନାଲ୍ କୋର୍ଟ ବାର୍ ରେ ବିଶ୍ୱନାଥ ପଶାୟତ ମେମୋରିଆଲ୍ ପାଠାଗାର ଉଦଘାଟିତ

କ୍ରିମିନାଲ୍ କୋର୍ଟ ବାର୍ ରେ ବିଶ୍ୱନାଥ ପଶାୟତ ମେମୋରିଆଲ୍ ପାଠାଗାର ଉଦଘାଟିତ

କଟକ, ୧୨/୧୦/୨୦୧୯ (ଓଡ଼ିଶା ସମାଚାର)- କ୍ରିମିନାଲ କୋର୍ଟ ବାର୍ ଆସୋସିଏସନ୍ ପରିସରରେ ସ୍ୱର୍ଗତ ବିଶ୍ୱନାଥ ପଶାୟତଙ୍କ ୧୦୭ତମ ଜନ୍ମବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାଇକୋର୍ଟର ବିଚାରପତି ସଞ୍ଜୁ ପଣ୍ଡା ଏହାକୁ ଉଦ୍ଘାଟନ କରି ସ୍ୱର୍ଗତ ପଶାୟତଙ୍କୁ ଜଣେ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ଆଇନଜ୍ଞ ଭାବେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଜଷ୍ଟିସ୍ ପଣ୍ଡା କ୍ରିମିନାଲ୍ କୋର୍ଟସ୍ ବାରରେ ବିଶ୍ୱନାଥ ପଶାୟତ ମେମୋରିଆଲ୍ ପାଠାଗାରକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପଶାୟତ ଯୁବପିଢ଼ଙ୍କ ପାଇଁ ଆଦର୍ଶ ବୋଲି କହିଥିଲେ । ଏଥିସହିତ ସ୍ୱର୍ଗତ ପଶାୟତ କିପରି ନିଜକୁ ବିଭିନ୍ନ ଛାତ୍ର ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମରେ ସାମିଲ୍ କରିଥିଲେ ସେ ସମ୍ପର୍କରେ ଶ୍ରୀ ଜେନା ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ କ୍ୟାଟ୍ ର ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତି, କ୍ରିମିନାଲ କୋର୍ଟ ବାର୍ ଆସୋସିଏସନ୍ର ସଭାପତି କାମଦେବ କାନୁନଗୋ, ସମ୍ପାଦକ ସୁବାସ ଚନ୍ଦ୍ର ମହାନ୍ତି, ଉପସଭାପତି ସନ୍ତୋଷ ଲେଙ୍କା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଶାୟତଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସିଭିଲ୍ ଓ କ୍ରିମିନାଲ କୋର୍ଟ ମୋହରିର ସଂଘର ଗଣେଶ୍ୱର ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ଦିବାକର ସ୍ୱାଇଁ, ଅଜୟ ଚନ୍ଦ୍ର ପରିଜା, ସୁକାନ୍ତ ମୁଦୁଲି, ଜୀବନଜ୍ୟୋତି ସାହୁ, ବିଜୟ ମହାରଣା, କୃଷ୍ଣଚନ୍ଦ୍ର ଆର୍ଯ୍ୟ, କେଶବ ଲେଙ୍କା ଓ ବହୁ କର୍ମକର୍ତା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ମୋହରିର କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରାକାର ୧୦କୋଟି ଓ ପ୍ରତ୍ୟେକ ମୋହରିର ପରିବାରକୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *