Saturday , May 28 2022
Breaking News
Home / ବିଶେଷ / ହାୱଡା-ମୁମ୍ବାଇ (୧୨୧୦୨) ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌  ଟ୍ରେନ୍‌ ରୁ ୧୧୦ ଖଣ୍ଡ ସୁନା ବିସ୍କୁଟ ଜବତ, ଦୁଇ ଅଟକ

ହାୱଡା-ମୁମ୍ବାଇ (୧୨୧୦୨) ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌  ଟ୍ରେନ୍‌ ରୁ ୧୧୦ ଖଣ୍ଡ ସୁନା ବିସ୍କୁଟ ଜବତ, ଦୁଇ ଅଟକ

ରାଜଗାଙ୍ଗପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)-  ହାୱଡା-ମୁମ୍ବାଇ (୧୨୧୦୨) ଲୋକମାନ୍ୟ ତିଲକ ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌ରୁ ୧୨ କେଜି ଓଜନର ୧୧୦ ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଛି। ଯାହାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଟ୍ରେନ୍‌ରୁ ଏତେ ପରିମାଣର ସୁନା ଜବତ ହେବା ଓଡ଼ିଶାରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଗୁଇନ୍ଦା ସୂଚନା ଆଧାରରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଗୁଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଓ ଆର୍‌ପିଏଫ୍‌ ମିଳିତ ଭାବେ  ରାଜଗାଙ୍ଗପୁର ଷ୍ଟେସନ ନିକଟରେ ଟ୍ରେନ୍‌ର ବି-୩ କୋଚ୍‌ରେ ଚଢ଼ଉ କରିଥିଲେ। ସେମାନେ କୋଚ୍‌ର ଏକ ସିଟ୍‌ ତଳେ ଦୁଇଟି ଏୟାର ବ୍ୟାଗ୍‌କୁ ଯାଞ୍ଚ କରି ବ୍ୟାଗ୍‌ ଭିତରେ ୧୧୦ ଖଣ୍ଡ ସୁନା ବିସ୍କୁଟ ଥିବା ଦେଖିବା ପରେ  ଉକ୍ତ ସିଟ୍‌ରେ ବସିଥିବା ଦୁଇ ବ୍ୟବସାୟୀଙ୍କୁ କାଗଜପତ୍ର ମାଗିଥିଲେ। କିନ୍ତୁ ଦୁଇ ବ୍ୟବସାୟୀ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ କି କାଗଜପତ୍ର ଦେଖାଇ ପାରି ନ ଥିଲେ। ତାପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗ ଓ ଆର୍‌ପିଏଫ୍‌ ଅଧିକାରୀମାନେ ସୁନା ଭର୍ତ୍ତି ବ୍ୟାଗ୍‌ ଦୁଇଟିକୁ ଜବତ କରିବା ସହ ଦୁଇ ବ୍ୟବସାୟୀଙ୍କୁ ଧରି ଭୁବନେଶ୍ବର ନେଇ ଯାଇଥିବା ଜଣାପଡ଼ିଛି। ଏତେ ପରିମାଣର ସୁନା କଲିକତାର ହାୱଡା ଷ୍ଟେସନରୁ ମୁମ୍ବାଇର କେଉଁଠାକୁ ଯାଉଥିଲା ଓ ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି।  ଓଡ଼ିଶା ସମାଚାର

About admin

Check Also

‘ମୋ ସରକାର’ କାର୍ୟ୍ୟକ୍ରମର ସମୀକ୍ଷା  କଲେ   ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୨୭/୦୫/୨୦୨୨( ଓଡ଼ିଶା ସମାଚାର )- ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ …

Leave a Reply

Your email address will not be published. Required fields are marked *