Monday , December 5 2022
Breaking News
Home / ବିଶେଷ / ସ୍ୱର୍ଗତ ରାମଚନ୍ଦ୍ର ସାଥୁଆ ଙ୍କ ସ୍ମୃତି ଚାରଣ ସଭା – ସେ ଜଣେ ସ୍ୱଭିମାନୀ କର୍ତବ୍ୟନିଷ୍ଟ ମଣିଷ ଥିଲେ

ସ୍ୱର୍ଗତ ରାମଚନ୍ଦ୍ର ସାଥୁଆ ଙ୍କ ସ୍ମୃତି ଚାରଣ ସଭା – ସେ ଜଣେ ସ୍ୱଭିମାନୀ କର୍ତବ୍ୟନିଷ୍ଟ ମଣିଷ ଥିଲେ

ନିରାକାରପୁର,୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡ଼ିଆ ପଂଚାୟତ କାଶୀପୁର ଗ୍ରାମର ସ୍ୱର୍ଗତ ରାମଚନ୍ଦ୍ର ସାଥୁଆଙ୍କ ସ୍ମୃତି ଚାରଣ ସଭାରେ ଡ଼. ପୂର୍ଣ୍ଣଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବାବେଳେ ଅତିଥିଭାବେ ଅଧ୍ୟାପକ ଡ଼ ମୃତ୍ୟୁଞ୍ଜୟ ରଥ, ସୂର୍ଯ୍ୟମଣି ମହାନ୍ତି,ରମାକାନ୍ତ ପୁରୋହିତ ,ପ୍ରଫୁଲ କୁମାର ବଡ଼ଜେନା ଓ ପୂର୍ବତନ ସରପ ଗିରିଶ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାଥୁଆ ତାଙ୍କ ଜୀବନରେ ଓ ଚାକିରୀ କ୍ଷେତ୍ରରେ ସବୁବେଳେ ସମୟାନୁବର୍ତିୀ, କର୍ତବ୍ୟ ପରାୟଣ ଥିଲେ । ତାହା ସହିତ ସେ ଗ୍ରାମର ଉନ୍ନତି,ଭାଗବତ ଟୁଙ୍ଗୀର ପୁନରୁଦ୍ଧାର,ବୃକ୍ଷରୋପଣ ଇତ୍ୟାଦିରେ ସବୁବେଳେ ମନୋନିବେଶ କରି ଗ୍ରାମବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶେଷରେ ରମାନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚକୁ କମଳ ଲୋଚନ ପ୍ରଧାନ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.