ବ୍ରହ୍ମପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଜୁଆ ଆଡ଼ା ଉପରେ ପୋଲିସ୍ ଚଢ଼ାଉ କରି ନଗଦ ଟଙ୍କା,ମୋବାଇଲ, ବାଇକ୍ ଆଦି ଜବତ କରିବା ସହିତ ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ମିଳିଥିବା ତାଜା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ଭିମରାଓପେଟା ଠାରେ ଏକ ଘରେ ଜୁଆ ଆଡ଼ା ଚାଲିଥିବା ଖବର ପାଇ ପୋଲିସ ଅତର୍କିତଭାବେ ସେଠାରେ ଚଢ଼ାଉ କରିଥିଲା । ପୋଲିସ୍ ନଗଦ ୭ଲକ୍ଷ ୬୮ ହଜାର ୭୧୦ ଟଙ୍କା , ୧୬ ଟି ମୋବାଇଲ, ୫ ଟି ବାଇକ୍ ଜବତ କରିବା ସହ ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ ସୂଚନା ଦେଇଛି । ଓଡ଼ିଶା ସମାଚାର