Wednesday , October 4 2023
Breaking News
Home / ବିଶେଷ / ଶ୍ରୀ ରାମଦୟା ପରିଷଦ ୩୭ତମ ବାର୍ଷିକ ଅଧିବେଶନ ୨୯ରୁ

ଶ୍ରୀ ରାମଦୟା ପରିଷଦ ୩୭ତମ ବାର୍ଷିକ ଅଧିବେଶନ ୨୯ରୁ

ନିରାକାରପୁର,୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ଅଗ୍ରଣୀ ପ୍ରାଚୀନ ଧର୍ମାନୁଷ୍ଠାନ ଶ୍ରୀ ରାମଦୟା ପରିଷଦ ର ୩୭ତମ ବାର୍ଷିକ ଅଧିବେଶନ ଆସନ୍ତା ଅକ୍ଟୋବର୨୯ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୦୭ ତାରିଖ  ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଅବସରରେ ଅକ୍ଟୋବର ୩୦ ତାରିଖଠାରୁ  ନଭେମ୍ବର ୦୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଗୋସ୍ୱାମୀ ତୁଳସୀ ଦାସକୃତ ଶ୍ରୀରାମ ଚରିତ ମାନସ ପାରାୟଣ ,ଯଜ୍ଞ ଓ ପ୍ରବଚନ ଆଦି  ଯଥାବିଧି ଅନୁଷ୍ଠିତ ହେବ । ଓଡ଼ିଶାର ସୁନାମଧନ୍ୟ ଶ୍ରୀରାମ କଥା ପ୍ରବଚକମାନେ ବିଭିନ୍ନ ଦିବସରେ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଅଛି । ଏହି ଅବସରରେ ନଭେମ୍ବର ୦୮ ତାରିଖ ଶୁକ୍ରବାର ଦିନ ସ୍ଥାନୀୟ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟର ୨୦୧୯ ସ୍ନାତକୋର ଟପର ଓ ୨୦୧୯ ଯୁକ୍ତ କଳା,ବିଜ୍ଞାନ ,ବାଣିଜ୍ୟର  ଟପର ଓ ଯୁକ୍ତ ୩ କଳା,ବିଜ୍ଞାନ ଓ ବାଣିଜ୍ୟ ସମ୍ମାନରେ ସର୍ବୋଚ୍ଚ ନମ୍ବର ରଖିଥିବା ସହ ସ୍ଥାନୀୟ ୧୪ଟି ହାଇସ୍କୁଲର ଏ-୧ ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏତଦ ବ୍ୟତିତ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ସମାଜସେବୀ , ପ୍ରଶାସନ, କୃଷି ଓ ସାହିତ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ  ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ନବାହ୍ନ ପରାୟଣ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କଳିକା ସଙ୍ଗୀତ ଏକାଡ଼େମୀ ଓ ସାଇ ଡ଼୍ୟାନ୍ସ ଗ୍ରୁପ ନିରାକାରପୁର ଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ନଭେମ୍ବର ୦୮ ତାରିଖ ରାତି ୭ଟାରେ ଭୁବନେଶ୍ୱର ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର ସ୍ଥିର କରାଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତ ଭକ୍ତବନ୍ଧୁମାନଙ୍କର ସହଯୋଗ ଓ ଉପସ୍ଥିତି ପାଇଁ ପରିଷଦର ଉପସଭାପତି ଡ଼. ମୃତ୍ୟୁଞ୍ଜୟ ରଥ ଓ ଯୁଗ୍ମ ସଂପାଦକ ରାମନାଥ ଦାସ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *