ସାଲେପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ନାନ୍ଦୋଳ ଗ୍ରାମପଂଚାୟତ ଭାତପଡ଼ାଠାରେ ଓଡ଼ିଶା ବରିଷ୍ଠ ନାଗରିକ ସେବକ ସଂଘ ଆନୁକୂଲ୍ୟରେ ଗ୍ରାମ ବିକାଶ ସପ୍ତାହ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ସେବକ ସଂଘର ଅଧ୍ୟକ୍ଷ କୁଂଜମୋହନ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସହସଂପାଦକ ଗଣେଶ୍ୱର ମହାନ୍ତି, ଉପଦେଷ୍ଟା ହେମନ୍ତ କୁମାର ଦାଶ, ରବିନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗ୍ରାମ ବିକାଶ ପାଳନର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ଲାଷ୍ଟିକ୍ ବ୍ୟବହାରମୁକ୍ତ କରିବାପାଇଁ ନିବେଦନ କରିଥିଲେ । ସେହିପରି ଗ୍ରାମର ବିଭିନ୍ନ ରାସ୍ତାକୁ ସଫେଇ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଣୁବାଳା ରାଉତ, ଜ୍ୟୋତି ଦାସ, ମନୋରମା ଭୋଇ, ସୁକାନ୍ତି ବାରିକ, ନିର୍ମଳା ଭୋଇ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀ ଭାବରେ ଡମ୍ବରୁଧର ବାରିକଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଏଥିରେ ଯୋଗଦେବା ସହ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଓଡ଼ିଶା ସମାଚାର