Friday , September 29 2023
Breaking News
Home / ନିର୍ବାଚନ / ବିଜେପୁରରେ କେନ୍ଦ୍ରମନ୍ତ୍ରୀ ଙ୍କ ନିର୍ବାଚନ ପ୍ରଚାର

ବିଜେପୁରରେ କେନ୍ଦ୍ରମନ୍ତ୍ରୀ ଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର/ବିଜେପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ବେିଜପୁରର ଦାୟିତ୍ୱ ନେବା କହି ଅଂଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି ବୋଲି ଶୁକ୍ରବାର ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେପୁର ନିର୍ବାଚନ ମଣ୍ଡଳିର ଗାଇସିଲଟ୍ ବ୍ଲକର ତାଲପାଲି ଓ ଆଗଲପୁର ଠାରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପୁରରେ କଣ ପାଇଁ ଉପନିର୍ବାଚନ ହେଉଛି? ଏହା ମୂଳ ପ୍ରସଙ୍ଗ । ଗତ ସାଧାରଣ ନିର୍ବାଚନରେ ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭରସା କରି ଭୋଟ ଦେଇଥିଲେ । ‘ମୁଁ ବିଜେପୁରର ବିକାଶ କରିବି’ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହିଥିଲେ କିନ୍ତୁ ବିଜେପୁରରେ ବିଜୟ ହାସଲ କରିବା ପରେ ମଧ୍ୟ ଏଠାରେ ବିକାଶ କୂଆଡେ ଗଲା? ଲମ୍ବା ସମୟ ଧରି ଶାସନରେ ଥିବା ମୁଖ୍ୟମନ୍ତ୍ରୀ କାହିଁକି ହିଞ୍ଜିଳି ଆସନରୁ ନଓହରି ବିଜେପୁର ଆସନରୁ ଓହରିଗଲେ? କାହଁକି ବିଜେପୁରବାସୀଙ୍କ ଭରସାକୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କଲେ?
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଶାସନ ବ୍ୟବସ୍ଥା ମିଛ ତଥ୍ୟ ତଥା ଛଳ ଆଧାରରେ ଅଛି । ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନରେ ଦେଇଥିବା ଗୋଟିଏ ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ଲୋକଙ୍କ ଭାବନା ସହତି ଛଳନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା ବିଜେପୁରବାସୀଙ୍କ ଭୁଲ ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାଁ ସମଲେଇଙ୍କ ପାଖରେ ଶପଥ ରଖି କୁହନ୍ତୁ ବିଜେପୁର ପାଇଁ ସେ କଣ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଁ କାହା ବିରୋଧରେ ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଠାକୁ ପ୍ରଚାର କରିବାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ କହୁଛନ୍ତି ଏଥର ଭୋଟ କମିବ କିନ୍ତୁ ଆମେ ଜିତିବୁ । ମାତ୍ର ଏପରି ଅହଙ୍କାରର ଦମ୍ଭୋକ୍ତି ଦେଖାଉଥିବା ଲୋକଙ୍କର ଦୀପ ଜଳିବାର ସମୟ ଆସିଛି । ଲିଭିବା ବେଳେ ଦ୍ୱୀପ ଯୋରରେ ଜଳେ ବୋଲି ସେ କହିଛନ୍ତି ।
ରାଜ୍ୟ ସରକାର ଏବେ ମୋ ସରକାର ଯୋଜନା ଆରମ୍ଭ କରିଛନ୍ତି । ତେବେ ଏହା ପୂର୍ବରୁ ରାଜ୍ୟରେ କାହା ସରକାର ଥିଲା? ଦୁର୍ନୀତିଗ୍ରସ୍ତ ଲୋକଙ୍କର ନା ଚିଟଫଣ୍ଡ ଚୋର ମାନଙ୍କର ନା ଓଡିଆ ଲୋକଙ୍କୁ ଠକୁଥିବା ଲୋକଙ୍କର ସରକାର ଥିଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନାରେ ଯାଜପୁର ଜିଲ୍ଲାରେ ଏସପି ଡାକ୍ତରଖାନା ତଦାରଖ କରିବାକୁ ଯାଉଛନ୍ତି । ତେବେ ଡାକ୍ତରଖାନା ତଦାରଖ ପାଇଁ ଜଲି୍ଲପାଳ କୁଆଡେ ଗଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବେିଜପୁରରେ ଏବେ ସୁଦ୍ଧା ମଧ୍ୟ ପ୍ରତି ଘରକୁ ପାଇପରେ ବିଶୁଦ୍ଧ ପାଣି ପହଁଚି ପାରିନାହିଁ, ଜଳସେଚନର ବ୍ୟବସ୍ଥା ହୋଇନାହିଁ, ବିଜେପୁର ଅଂଚଳରେ ଗଙ୍ଗାଧର ଜଳସେଚନ ପ୍ରକଳ୍ପ ଆଗେଇ ପାରିଲା ନାହିଁ ଯୁବକଙ୍କୁ ରୋଜଗାର ମିଳିନାହିଁ । ତା’ ହେଲେ ମୁଖ୍ୟମନ୍ତ୍ରୀ ବେିଜପୁରରେ କେଉଁ ଦାୟିତ୍ୱ ନେଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିନା କାମରେ ବିନା ଦାୟିତ୍ୱରେ ବାରମ୍ବାର ଲୋକମାନଙ୍କୁ ଯେଉଁମାନେ ମିଛ କୁହନ୍ତି ତାଙ୍କୁ ଗଣତନ୍ତ୍ରରେ ଉତର ଦେବାର ଆବଶ୍ୟକତା ଥାଏ ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ସରକାର ଧାନର ଏମଏସପି ମୂଲ୍ୟ ଦେଢ ଗୁଣା ବୃଦ୍ଧି କରିବା ପରେ ମଧ୍ୟ ଏଠାରେ ଧାନର ମଲୂ୍ୟ କ୍ୱିଂଟାଲ୍ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଛି ।
ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବୋନସ କଥା ଘୋଷଣାରେ ରହିଯାଇଛି । ଚାଷୀଙ୍କ ପରିବର୍ତେ ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ପାଖ ଲୋକ ଏଠାରେ କାଳିଆ ଟଙ୍କା ପାଇଥିବା ଜଣାପଡଛିି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସମସ୍ତଙ୍କ ମୁଣ୍ଡ ଉପରେ ଘର, ପ୍ରତି ଘରକୁ ନଳ ଯୋଗେ ପିଇବା ପାଣି, ଘରକ ୁବିଜୁଳି ଓ ଉଜ୍ଜଳା ଗ୍ୟାସ ଦେବାର ଦାୟତ୍ୱ ନେବା ବ୍ୟକ୍ତିତ୍ୱର ନାଁ ନେଲା ନରେନ୍ଦ୍ର ମୋଦି । ପଶ୍ଚିମ ଓଡିଶାରେ ବିକାଶ କରିବା ପାଇଁ ମୋଦି ସରକାର ପ୍ରତିବଦ୍ଧ । ଯେ କାମ କରୁଛି ତାକୁ ଭରସା କରିବା ଦରକାର, ଯେ ପ୍ରତାରଣା କରୁଛି ତାକୁ ନୁହେଁ ବୋଲି ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି । ତେଣୁ ଦେଶରେ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ବିଜେପୁରର ବିଭିନ୍ନ ସ୍ଥାନରେ ଦଳୀୟ ଶୋଭାଯାତ୍ରାରେ ପ୍ରାର୍ଥୀ ସନତ ଗଡତିଆ ଓ ବରିଷ୍ଠ ନେତାଙ୍କ ସହ ଯୋଗଦେଇ ଦଳୀୟ ପା୍ରର୍ଥୀ ଶ୍ରୀ ଗଡତିଆଙ୍କୁ ପଦ୍ମ ଫୁଲରେ ମୋହରମାରି ଜୟଯୁକ୍ତ କରିବାକୁ ସାଧାରଣ ଜନତାଙ୍କୁ ନିବେଦନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *