କେନ୍ଦ୍ରାପଡା ୧୧/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀକଲ୍ୟାଣ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ୬ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡା.ଖଗେଶ୍ୱର ନାୟକ ବିଗତ ବର୍ଷର ଆୟବ୍ୟୟର ବିବରଣୀ ପାଠ କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏତଦବ୍ୟତିତ ସ୍ୱାସ୍ଥ୍ୟକେନ୍ଦ୍ରର ଗୃହ ଓ ଷ୍ଟାଫ କ୍ୱାଟର ନିର୍ମାଣ ସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ ନର୍ସ ଓ ଆଟେଣ୍ଡାଂଟ ତୁରନ୍ତ ନିଯୁକ୍ତି କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା । ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡା.ଶ୍ରୀକାନ୍ତ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆକାଉଁଟାଂଟ ଅମରନାଥ ଦାସ,ସମାଜସେବୀ ଜୀତେନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର