Sunday , October 1 2023
Home / କୃଷି / ନବନିର୍ମାଣ କୃଷକ ସଂଗଠନର ପ୍ରସ୍ତୁତି ବୈଠକ, ୬ତାରିଖରେ ଅନୁଷ୍ଠିତ ହେବାକୁ ଥିବା  ରାଷ୍ଟ୍ରୀୟ ସମ୍ମିଳନୀରେ ସାଲେପୁରରୁ ୩ହଜାର କୃଷକ ଯୋଗଦେବେ

ନବନିର୍ମାଣ କୃଷକ ସଂଗଠନର ପ୍ରସ୍ତୁତି ବୈଠକ, ୬ତାରିଖରେ ଅନୁଷ୍ଠିତ ହେବାକୁ ଥିବା  ରାଷ୍ଟ୍ରୀୟ ସମ୍ମିଳନୀରେ ସାଲେପୁରରୁ ୩ହଜାର କୃଷକ ଯୋଗଦେବେ

ସାଲେପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ନଭେମ୍ବର ୬ ତାରିଖ ଦିନ ନବ ନିର୍ମାଣ କୃଷକ ସଂଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀକୁ ସଫଳ କରିବାପାଇଁ ଆଜି ଏକ ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ବୈଠକ ସାଲେପୁର ମା’ ସାହେଶ୍ୱରୀଙ୍କ ପୀଠରେ ରବିନ୍ଦ୍ର ନାଥ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇ କୃଷକମାନଙ୍କ ୧୮ଦଫା ଦାବି ସଂପର୍କରେ ଆଲୋଚନା କରିଥିଲେ । ଉକ୍ତ ପ୍ରସ୍ତୁତି ବୈଠକରେ ସାଲେପୁର ଅଞ୍ଚଳର ବହୁ କୃଷକ ଯୋଗଦେଇଥିଲେ । ନଭେମ୍ବର ୬ତାରିଖ ଦିନ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ସାଲେପୁର ବ୍ଲକ୍ ଅଂଚଳରରୁ ୩ହଜାରରୁ ଉଦ୍ଧ୍ୱର୍ କୃଷକ ଯୋଗଦେବାପାଇଁ ବୈଠକରେ ସ୍ଥିର କରାଯାଇଥିଲା । ବାରମ୍ବାର ସରକାରଙ୍କୁ ସଂଘ ପକ୍ଷରୁ ଦାବି ଜଣାଇଆସୁଥିଲେ ମଧ୍ୟ ସରକାର କୌଣସି ଦାବି ପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଏହାର ପ୍ରତିବାଦରେ ଆସନ୍ତା ୬ତାରିଖ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆଠାରେ ଉକ୍ତ ଦାବିକୁ ନେଇ ୨ଲକ୍ଷ ଚାଷୀଙ୍କର ସମାବେଶ ହେବ । ଯେଉଁଥିରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ମୁଖ୍ୟଅତିଥି ରୂପେ ଯୋଗଦେବେ ବୋଲି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର  ପ୍ରକାଶ କରିଛନ୍ତି । ଓଡ଼ିଶାରେ ୩୬ଲକ୍ଷ ଚାଷୀଙ୍କ ପାଇଁ ସୁରକ୍ଷା ଭତା, ଅନ୍ତତଃ ପକ୍ଷେ ୨୧ହଜାର ୬ଶହ କୋଟି ଟଙ୍କାର ବଜେଟ୍ କରାଯାଉ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ଦାଶ, ବସନ୍ତ ବିଶ୍ୱାଳ, କ୍ଷୀରୋଦ ଚନ୍ଦ୍ର ଦାଶ, ଗଗନ ନନ୍ଦ, ରାମ ପରିଜା, ଗୋପବନ୍ଧୁ ମହାନ୍ତି, ବିଜୟ ନାୟକ, ଉସ୍ମାନ ଖାଁ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *