Friday , October 29 2021
Home / ତାଜା ଖବର / ଦୁଇ ମୋଟରସାଇକେଲ୍ ମୁହାଁମୁହିଁ ଧକ୍କା, ୨ଜଣ ଗୁରୁତର

ଦୁଇ ମୋଟରସାଇକେଲ୍ ମୁହାଁମୁହିଁ ଧକ୍କା, ୨ଜଣ ଗୁରୁତର

ସାଲେପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର-କେନ୍ଦ୍ରାପଡ଼ା ରାସ୍ତାର କୁଳିଆ ମାର୍କେଟ୍ ନିକଟରେ ୨ଟି ମୋଟର ସାଇକେଲ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ଭୋର ପ୍ରାୟ ୩.୩୦ମି. ସମୟରେ ରୋଧପୁର ଗ୍ରାମର ସୁରେନ୍ଦ୍ର କାଣ୍ଡିଙ୍କ ପୁତ୍ର ଜ୍ଞାନରଂଜନ କାଣ୍ଡି ନିଜ ମୋଟର ସାଇକେଲ୍ ନଂ-ଓ.ଡି.୦୫ପି-୩୩୭୨ ଯୋଗେ ସାଲେପୁରରୁ ପାରାଦୀପ ଅଂଚଳକୁ ମାଛ ଆଣିବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଯାଜପୁର ଜିଲ୍ଲାର ବରି ରାମଚନ୍ଦ୍ରପୁର ଗ୍ରାମର ସୁବ୍ରତ କୁମାର ସାହୁ ନିଜ ମୋଟରସାଇକେଲ୍ ନଂ-ଓ.ଡି.୩୪ଏଚ୍. ୭୦୭୫ ଯୋଗେ କେନ୍ଦ୍ରାପଡ଼ାରୁ ସାଲେପୁର ଅଭିମୁଖେ ଆସୁଥିବା ସମୟରେ ଉଭୟଙ୍କ ମଧ୍ୟରେ କୁଳିଆ ମାର୍କେଟ୍ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଉଭୟ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ପାଟ୍ରୋଲିଂ କରୁଥିବା ସାଲେପୁର ପୋଲିସ ଗାଡ଼ି ଘଟଣାସ୍ଥଳରେ ପହଂଚି ଦମକଳ ବିଭାଗକୁ ଖବର ଦେବାପରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସେଠାରେ ଦୁହିଁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଦିଆଯାଇଛି । ଏହି ଖବର ଲେଖାହେଲାବେଳକୁ ଜ୍ଞାନରଂଜନ କାଣ୍ଡିଙ୍କ ଚେତା ଫେରିନଥିଲା । ସେ ସାଲେପୁର ବଜାରରେ ମାଛ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଓଡ଼ିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *