Friday , May 27 2022
Breaking News
Home / ତାଜା ଖବର / ତାଲା ଭାଙ୍ଗି ଦୋକାନରୁ ଚୋରି, ଫାଣ୍ଡିରେ ଏତଲା

ତାଲା ଭାଙ୍ଗି ଦୋକାନରୁ ଚୋରି, ଫାଣ୍ଡିରେ ଏତଲା

ସାଲେପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ବିଳମ୍ବିତ ରାତ୍ରିରେ ଏକ ଦୋକାନର ତାଲା ଭାଙ୍ଗି କେହି ଦୁର୍ବୃତ ଦୋକାନରେ ଥିବା ବହୁ ଜିନିଷପତ୍ର ଓ ନଗଦ ଟଙ୍କା ଚୋରି କରିନେଇଥିବା ଜପକୁଦ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ପ୍ରତିଦିନ ଭଳି ଗତକାଲି ସନ୍ତୋଷ ମହାରଣା ରାମେଶ୍ୱର ବଜାରରେ ଥିବା ନିଜ ଷ୍ଟେସନାରୀ ଦୋକାନକୁ ବନ୍ଦ କରି ଦୋକାନରେ ଭଲ ଭାବେ ତାଲା ପକାଇ ଘରକୁ ଫେରିଥିଲେ । ଆଜି ସକାଳୁ ଦୋକାନ ଖୋଲିବାକୁ ଆସି ଦେଖନ୍ତି ତ କେହି ଦୁର୍ବୃତ ଦୋକାନ ତାଲା ଭାଙ୍ଗି ଭିତରେ ପ୍ରବେଶ କରି ଦୋକାନରେ ଥିବା ଷ୍ଟେସନାରୀ ସାମଗ୍ରୀ ସମେତ ନଗଦ ଟଙ୍କା  ଚୋରି କରିନେଇ ଯାଇଛି । ଏହା ନେଇ ସନ୍ତୋଷ ଜପକୁଦ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଜପକୁଦ ଫାଣ୍ଡି ପୋଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚାଲୁ ରଖିଛି ।  ଓଡ଼ିଶା ସମାଚାର

About admin

Check Also

ପୁରୀ ସହର ଅଶାନ୍ତ : ଗୁଳିମାଡ଼ରେ ଜଣେ ମୃତ, ଛୁରା ମାଡ଼ରେ ଜଣେ ଗୁରୁତର ଆହତ

ପୁରୀ, ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପୋଲିସ କୁ ଖୋଲା ଚାଲେଂଜ କରି ଜନଗହଳିପୂର୍ଣ୍ଣ ଏମାର ମଠ ନିକଟରେ ଜଣେ …

Leave a Reply

Your email address will not be published. Required fields are marked *