Sunday , September 25 2022
Home / ବିଶେଷ / ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

ନିରାକାରପୁର,୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଦୈନନ୍ଦିନ ହଜାର ହଜାର ଯାନବାହାନ ଚେନ୍ନାଇ-  କଲିକତା ୧୬ନଂ ଜାତୟ ରାଜପଥରେ ଅତିକ୍ରମ କରୁଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରଠାରୁ ଆରମ୍ଭ କରି ବାଲୁଗାଁ ମଧ୍ୟ ରାସ୍ତା ବର୍ତମାନ ମରଣଯନ୍ତା ପାଲଟିଛି । ବର୍ଷାଦିନେ ଅତ୍ୟଧିକ ବର୍ଷା ଯୋଗୁ ରାସ୍ତାରେ ପିଚୁ ଉଠି ଶହଶହ ଗର୍ତ ସୃଷ୍ଟି ହୋଇଛି । ଯାହା କି ଏ ପର୍ଯ୍ୟନ୍ତ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଦୃଷ୍ଟି ଆଡ଼ୁଆଳରେ ରହିବା ଭଳି ମନେ ହେଉଛି । ଦୈନନ୍ଦିନ ଏହି ରାସ୍ତାରେ ଯାତାୟତ କରୁଥିବା ଗାଡ଼ିମଟରଗୁଡ଼ିକ ଏହି ଗାତମାନଙ୍କରେ ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଗାଡ଼ିଗୁଡ଼ିକ ଏହି ରାସ୍ତାରେ ଯିବା ସମୟରେ ଗର୍ତରେ ପଡ଼ି ପ୍ରବଳ ଶଦ୍ଧ ମଧ୍ୟ କରୁଛି । ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଥିବାବେଳେ ଅନ୍ୟ ଗାଡ଼ିମଟର ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି । ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜାତୀୟ ରାଜପଥ କର୍ମଚାରୀମାନେ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ରାସ୍ତାରେ ଯାତାୟତ କରିବା ପାଇଁ  ହାଲୁକା ଯାନ ଠାରୁ ଆରମ୍ଭ ଭାରୀଯାନ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାରର କୋଟି କୋଟି ଟଙ୍କାର  ଟିକସ ଦେଉଥିବାବେଳେ ସେମାନଙ୍କ ଯାତାୟତ ପାଇଁ ଏପରି ନିମ୍ନମାନର ବ୍ୟବସ୍ଥା ଭବିଷ୍ୟତରେ ଆନ୍ଦୋଳନତ୍ମାକ ପ୍ରତିବାଦକୁ ଆହ୍ୱାନ କରୁଛି । ତୁରନ୍ତ ଜାତୀୟ ରାଜପଥ ପ୍ରାଧିକରଣ ଏହି ରାସ୍ତାର ମରାମତି ନ କରିଲେ ଆଗକୁ ବହୁ ଦୁର୍ଘଟଣାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ  ।  ଓଡ଼ିଶା ସମାଚାର

Leave a Reply

Your email address will not be published.

Total site visitors: 256048