Saturday , May 28 2022
Breaking News
Home / ବିଶେଷ / ଚାଳଛପର ଘରେ ରହୁଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜିଓ ଟାଗିଂରୁ ବାଦ ଦେଉଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

ଚାଳଛପର ଘରେ ରହୁଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜିଓ ଟାଗିଂରୁ ବାଦ ଦେଉଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,୧୧/୧୦/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାର ଡେରାବିଶ ବ୍ଲକରେ ଚାଳଛପର ଘରେ ବାସକରୁଥିବା ଗରୀବ ଲୋକମାନଙ୍କୁ ଉତ୍କୋଚ ଅର୍ଥ ଦେଇନପାରିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜିଓ ଟାଗିଂରୁ ବାଦ ଦିଆଯାଉଥିବା ସମ୍ପର୍କରେ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଂଚାୟତର ଅଧିବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତକରି ଅଭିଯୋଗ କରିଛନ୍ତି ଯେ ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଚାଳଛପର ଘରେ ରହୁଥିବା ଜନସାଧାରଣଙ୍କୁ ଘରଭଙ୍ଗା ସହାୟତାରୁ ବଂଚିତ କରାଯାଇଥିବା ବେଳେ ଏବେ ସେହି ପିଡିତମାନଙ୍କ ଚାଳଛପର ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜିଓ ଟାଗିଂ ବ୍ୟବସ୍ଥାରୁ ବାଦ ଦିଆଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ତେଣୁ ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନକରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ବିଷ୍ଣୁ ଚରଣ ମହାନ୍ତି,ପ୍ରସନ୍ନ କୁମାର ନାୟକ,ରଞ୍ଜନ ଜେନା,ରାଜେଶ ମଲ୍ଲିକ,ପୁଷ୍ପାଞ୍ଜଳି ମଲ୍ଲିକ,ବାବାଜି ମଲ୍ଲିକ,ନାରାୟଣ ମଲ୍ଲିକ,ସଞ୍ଜୟ କୁମାର ସାହୁ,କାଚଂନ ମଲ୍ଲିକ,ଅଶ୍ୱରଞ୍ଜନ ଜେନା,ରଞ୍ଜିତା ମଲ୍ଲିକ ପ୍ରମୁଖ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡେରାବିଶି ବିଡିଓଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ସମାଜସେବୀ ତଥା ବରିଷ୍ଠ ଆଇନଜୀବି ବିଧୁଭୂଷଣ ମହାପାତ୍ର ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏଭଳି ଘଟଣା କେବଳ ଚାନ୍ଦୋଳ ପଂଚାୟତ ନୁହେଁ ବ୍ଲକର ପ୍ରାୟ ସମସ୍ତ ପଂଚାୟତରେ ହେଉଛି । ଏଭଳି ଘଟଣାର ପୁନରାବୃତି ନହେବା ପାଇଁ ଜିଲ୍ଲାପାଳ ଆନ୍ତରିକତାର ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଗରୀବ ହିତାଧିକାରୀମାନେ ଦାରିଦ୍ର୍ୟ ଦୁରିକରଣ ଭଳି ସରକାରୀ ଯୋଜନାରୁ ବଂଚିତ ହେବେନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

‘ମୋ ସରକାର’ କାର୍ୟ୍ୟକ୍ରମର ସମୀକ୍ଷା  କଲେ   ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୨୭/୦୫/୨୦୨୨( ଓଡ଼ିଶା ସମାଚାର )- ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ …

Leave a Reply

Your email address will not be published. Required fields are marked *