ମାଲକାନଗିରି,୧୦/୧୦/୨୦୧୯ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲାର ବିଭିନ୍ନ ଅଂଚଳରେ ଜୁଆ ଖେଳ ଚାଲିଛି । ଏ ନେଇ ପୁଲିସ ତରଫରୁ ଧରପଗଡ଼ କରାଯାଇଛି । ଗତକାଲି ଏକ ଜୁଆ ଆଡ୍ଡାରୁ ସାତ ଜଣ ଜୁଆଡିଙ୍କୁ ମାଲକାନଗିରି ପୁଲିସ ଗିରଫ କରିଛନ୍ତି । ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗଙ୍କ ନିର୍ଦେଶରେ ଗତକାଲି ରାତ୍ରିରେ ପଦ୍ମଗିରି ଅଂଚଳର ସାତଜଣ ବ୍ୟକ୍ତି ଜୁଆ ଖେଳୁଥିବା ସମୟରେ ପୁଲିସର ଏକ ଦଳ ସେଠାରେ ଚଢଉ କରି ସାତଜଣଙ୍କୁ ଗିରଫ କରିବା ସହ ଖେଳ ସ୍ଥାନରୁ ୨୯୬୮୦ ଟଙ୍କା, ତାସ୍ ସହ ଅନ୍ୟ ଖେଳ ସାମଗ୍ରୀ ଜବତ କରାଯାଇଛି । ଏହି ଚଢଉ ସମୟରେ ଏସ୍.ଆଇ. ରୁଦ୍ରମାଧବ ମୁଦୁଲିଙ୍କ ତତ୍ୱାବଧାନରେ ପୁଲିସ ଟିମ୍ ଅଚାନକ ଚଢଉ କରିଥିଲା । ସେଠାରୁ ଗିରଫ ହୋଇଥିବା ବ୍ୟକ୍ତିମାନେ ଏମ୍ଭି ୮୩ ଗ୍ରାମର କମଲ ରାୟ, ଝରାପାଲ୍ଲୀ ଗ୍ରାମର ଗୁଟି ପଡିଆମି, ଝିଲେରିଗୁଡା ଗ୍ରାମର ଦୁର୍ଜନ କୁରାମୀ, ଏମ୍ଭି ୯୭ର ଗୋପୀ ସିକଦାର, ମଙ୍ଗ ଗ୍ରାମର ସୋମନାଥ ଡୁରୁକା, ବୋଇଲାପାରି ଗ୍ରାମର ଘାସିରାମ ପେଦି, ଛତିଶଗଡ ଗାଦିରସ ଥାନା ଅନ୍ତର୍ଗତ ଜିରାମପାଲ ଗ୍ରାମର ସନ୍ତୋଷ କସ୍ୟପ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ନାଗ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର