ଉତମ ଚରିତ୍ର ଗଠନ ହିଁ ରାଷ୍ଟ୍ର ଗଠନରେ ସହାୟ ହେବ
ଗରଦପୁର, ୧୦/୧୦/୨୦୧୯ (ଓଡ଼ିଶା ସମାଚାର)- ଉତମ ଚରିତ୍ର ଗଠନ ହିଁ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ ବୋଲି ବରିଷ୍ଠ ସମବାୟବିତ୍ ତଥା କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ର ସଭାପତି ପ୍ରମୋଦ ସାହୁ ମତବ୍ୟକ୍ତ କରିଛନ୍ତି । ଗରଦପୁର ବ୍ଲକ୍ ତଳକୁସୁମା ପଂଚାୟତର ଶିକଳପାଟଣା ଠାରେ ଦୁର୍ଗାପୂଜା ଅବସରରେ ମା’ଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ୩୫ତମ ପ୍ରତିଭା ସମ୍ମାନ ସମାରୋହ ଓ ନାଟକ ପରିବେଷଣ ଉଦଯାପନୀ ଉତ୍ସବରେ ପୂର୍ବତନ ପ୍ରଧାନଶିକ୍ଷକ ଗଜେନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଶ୍ରୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ସ୍ୱାବଲମ୍ବୀ ହେଲେ ଦେଶର ଆର୍ଥିକ ବିକାଶ ହେବା ସହ ବିଭିନ୍ନ ଅନୁଷ୍ଠାନର ଉତରୋତର ଉନ୍ନତି ହୋଇପାରିବ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲିପ କୁମାର ସାହୁ, ଆଇନିଜୀବି ପ୍ରଦୀପ ଗୋଚ୍ଛାୟତ, ରମେଶ ଚନ୍ଦ୍ର ପରିଡା, ସାମ୍ବାଦିକ ସୁବାସ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ୨ୟ ଦିନ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ମୁଖ୍ୟ ଅତିଥି, ବିଧାୟକ ପ୍ରତିନିଧି ନାରାୟଣ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ଅଗ୍ରୱାଲ, ଜିଲ୍ଲାପରିଷଦ ସଭ୍ୟା ସୁଜାତା ରାଉତରାୟ, ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦିଲ୍ଲିପ ସେଠୀ, ଅଧ୍ୟାପକ ରମାକାନ୍ତ ପାଣି, ଜ୍ୟୋତିରଂଜନ ପରିଜା, ସାମାଜିକ କର୍ମୀ ତନ୍ମୟ ତ୍ରିପାଠୀ, ମହିଳା ନେତ୍ରୀ ସୁଜାତା ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ । ସେହିପରି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥିଭାବେ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ମାନବ ସମ୍ବଳ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲାବେଳେ ସରପଂଚ ଅନୁଜ ମହାନ୍ତି, ପ୍ରକାଶ ଚନ୍ଦ୍ର ସାହୁ, ମମତା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ ୩ ରାତି ଧରି ନାଟକ ପ୍ରତିଯୋଗିତାରେ ପାଖଡର ମାଧିଆବଟ ଡ୍ରାମାଟିକ୍ କ୍ଲବ୍ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଲାଣ୍ଡିବଟ ଡ୍ରାମାଟିକ୍ କ୍ଲବ୍ ୨ୟ ଓ ସରଳପୁର ଡ୍ରାମାଟିକ୍ କ୍ଲବ୍ ୩ୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଷଦର ସଭାପତି ବ୍ରଜକିଶୋର ମହାନ୍ତି, ସମ୍ପାଦକ ଅଶୋକ କୁମାର ଜେନା ପରିଚାଳନା କରିଥିôବାବେଳେ ଦିବାକର ଜେନା, ରମେଶ ଚନ୍ଦ୍ର ଦଳାଇ, ସଲିଳ କୁମାର ନାୟକ ଓ ବିଜୁ ପଟ୍ଟନାୟକ ମେମୋରିଆଲ ୟୁଥ କ୍ଲବ୍ର ସଭ୍ୟସଭ୍ୟାମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର