Tuesday , September 27 2022
Breaking News
Home / ବିଶେଷ / ହୃଦଘାତରେ ଭୋଗ ଦୋକାନୀର ମୃତ୍ୟୁ

ହୃଦଘାତରେ ଭୋଗ ଦୋକାନୀର ମୃତ୍ୟୁ

ସାଲେପୁର,୧୦/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ବ୍ଲକ୍  ମିର୍ଜାପୁର ପଂଚୟତ ଦେଉଳି ଗ୍ରାମର ବାସିନ୍ଦା କରୁଣାକର ସାହୁ (୪୦)ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ଗତକାଲି ସକାଳେ ତାଙ୍କର ହୃଦଘାତ ହେବାରୁ ତାଙ୍କୁ ମାହାଙ୍ଗା ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ କରୁଣାକର ପ୍ରତିଷ୍ଠିତ ଶୈବପୀଠ ଗଙ୍ଗେଶ୍ୱରଙ୍କ ମହାଦେବଙ୍କ ବେଢ଼ାରେ ଦୀର୍ଘ ବର୍ଷ ହେଲାଣି ଭୋଗ ଓ ଫୁଲ ବିକ୍ରୀ କରି ଆସୁଥିଲେ । ଏଭଳି ଘଟଣା ଯୋଗୁ ସ୍ଥାନୀୟ ଅଂଚଳରେ ଶୋକ ଛାୟା ଖେଳି ଯାଇଛି । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.