Monday , October 18 2021
Breaking News
Home / ବିଶେଷ / ସାଲେପୁରରେ ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ

ସାଲେପୁରରେ ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ

ସାଲେପୁର,୧୦/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ସହରରେ ମା’ ଦୁର୍ଗାଙ୍କର ଭସାଣୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାଲେପୁର ସହରରେ ଚଳିତ ବର୍ଷ ୪ଟି ସ୍ଥାନରେ ମା’ ଦୁର୍ଗାଙ୍କର ମୃଣ୍ମୟ ପ୍ରତିମା କରାଯାଇ ରିତିନିତୀ ଅନୁଯାୟୀ ବିଧିବିଧାନ ରେ ସପ୍ତମୀ ଦିନ ଠାରୁ ଦଶମୀ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇଥିଲା । ଦୁଇ ଦିନ ବର୍ଷା ହୋଇଥିଲେ ମଧ୍ୟ ଦୁଇ ଦିନ ପାଗ ଭଲ ହୋଇଥିବାରୁ ସହରରେ ଭଲ ଜନସମାଗମ ହୋଇଥିଲା । ଭସାଣୀ ଉତ୍ସବ ହୋଇଯାଇଛି । ସାଲେପୁର ସହର ଉପକଣ୍ଠ ମାଛୁଆତି ଦୁର୍ଗା, ହାଟଦୁର୍ଗା, ରୋଧପୁର ସ୍ଥିତ ଶାରଳାଙ୍କ ପୀଠ ଦୁର୍ଗା ଓ ଚଳିତ ବର୍ଷ ପ୍ରଥମକରି ହୋଇଥିବା ବେଳହୁଡ଼ାରେ ହୋଇଥିବା ଦୁର୍ଗାଙ୍କର ଭସାଣି ହୋଇଥିଲା । ମାଛୁଆତି ଓ ଶାରଳାଙ୍କ ପୀଠ ଦୁର୍ଗାଙ୍କର ମୃଣ୍ମୟୀ ମୃର୍ତି କେନ୍ଦ୍ରାପଡ଼ା କେନାଲରେ ବିସର୍ଜନ ହୋଇଥିବା ବେଳେ ହାଟଦୁର୍ଗା ଓ ବେଳହୁଡ଼ା ଦୁର୍ଗାଙ୍କର ମୃଣ୍ମୟୀ ମୃର୍ତି କୁ ଡ଼ାକପୋଲ ଠାରେ ବିସର୍ଜନ କରାଯାଇଥିଲା । ସେହିପରି ପଟୁଆ ହାଟ, ଜପକୁଦ, କଲ୍ୟାଣପୁର, ରାଇସୁଙ୍ଗୁଡ଼ା ଠାରେ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ …

Leave a Reply

Your email address will not be published. Required fields are marked *