ରାମନାଗୁଡ଼ା,୧୦/୧୦/୨୦୧୯ ( ଓଡ଼ିଶା ସମାଚାର)- ରାୟଗଡାÿ ଜିଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୋସାଇଁଗୁଲୁମୁଣ୍ଡା ପଂଚାୟତରେ ରାଜ୍ୟ ସରକାରଙ୍କ ୫ଟି ସମ୍ପର୍କରେ ସଚେତନତା ଓ ଅଭିଯୋଗ ଶୁଣାଣି ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋସାଇଁଗୁଲୁମୁଣ୍ଡା ସରପଂଚ ଦେବୀ ନିମାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ ସୁଧାକର ରଇତ, ତହସିଲଦାର ଜୟଶ୍ରୀ ମଲ୍ଲିକ, ପଂଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ସହକାରୀ ଯନ୍ତ୍ରୀ ଦୁର୍ଯେ୍ୟାଧନ ଜାନି, ଏପିଓ କୃପାକର ଜାନାପିଲି ପ୍ରମୁଖ ମଂଚାସୀନ ଥିଲେ । ସେହିପରି ସରକାରଙ୍କ ୫ଟି ଯୋଜନା ଅର୍ଥାତ ସମୟ, ସ୍ୱଚ୍ଛତା, ଦଳଗତ କାର୍ଯ୍ୟ, ରୂପାନ୍ତରିତ, ବୈଷୟିକ ଜ୍ଞାନ ଦ୍ୱାରା ସରଳ ରୂପାୟନ ନିମନ୍ତେ ଫଳପ୍ରଦ କରିବା ଦିଗରେ ବିଡ଼ିଓ ସୁଧାକର ରଇତ ପ୍ରକାଶ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ଅଭିଯୋଗ ଶୁଣିବା ସହ ଅଭିଯୋଗ ପଞ୍ଜିକରଣ ହୋଇଥିଲା । ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା, ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଦିବ୍ୟାଙ୍ଗଙ୍କ ଦରଖାସ୍ତ ଗ୍ରହଣ କରିବା, ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ୫୫ଜଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ନେଇ ପଞ୍ଜିକରଣ, ଅଧାରୁ ଶିକ୍ଷାଦାନରୁ ବଂଚିତ ରହୁଥିବା ବିଦ୍ୟାର୍ଥୀଙ୍କୁ କାଉନସେଲିଂ କରାଯିବା, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ଏବଂ ସଂଖ୍ୟା ଲଘୁ ଛାତ୍ରଛାତ୍ରୀଙ୍କୁ ବୃତି ପ୍ରଦାନ କରାଯିବା ନେଇ ପଦକ୍ଷେପ ନିଆଯିବା ଉପରେ ଆଲୋଚନା ହୋଇଥିଲା । ବାଲ୍ୟ ବିବାହ ନିରୋଧ, ଅପଚୟ ନଷ୍ଟ ଓ ପରିଚାଳନା, ଅନ୍ଧବିଶ୍ୱାସ ଓ କୁସଂସ୍କାର, କୁପୋଷଣ ଦୂର କରିବା ଏବଂ ସ୍ୱାସ୍ଥ୍ୟ ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିଡ଼ିପିଓ ଶାନ୍ତିଲତା ରଥ, ଡ଼ବ୍ଲୁ୍ୟଇଓ ଜୟଶ୍ରୀ ବିଶୋୟୀ, ବିପିଏମ ଯସ୍ମିନ ମୁଟିକା, ଯୋଗାଣ ନିରୀକ୍ଷକ ରୀତା ବେହେରା ପ୍ରମୁଖ ଉପସ୍ଥିତ ରହିଥିବାବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର