ଗରଦପୁର, ୧୦/୧୦/୨୦୧୯ (ଓଡ଼ିଶା ସମାଚାର)- ଗତକାଲି ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ଠାରେ ଅନୁଷ୍ଠିତ ଦୂର୍ଗାପୂଜା ଭଷାଣ ଉତ୍ସବରେ ଗଣ୍ଡଗୋଳ ଘଟି ୩ ଜଣ ଆହତ ହୋଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଳସୁଧା ପଂଚାୟତର ଓରଢ଼ି ଠାରେ ଓ ଘାଟକୂଳ ଠାରେ ଦୁଇଟି ଦୂର୍ଗା ପୂଜା ଅନୁଷ୍ଠିତ ହୋଇଥିଲା । ପୂଜା ଉତ୍ସବ ପରେ ଗତକାଲି ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୨ ବର୍ଷ ଧରି ଏହି ଦୁଇ ମେଢ଼ର ଆୟୋଜକ ମାନଙ୍କ ମଧ୍ୟରେ ମନୋମାଳିନ୍ୟ, ଗଣ୍ଡଗୋଳ ଘଟି ଆସୁଥିଲା । ସେଥିପାଇଁ ଓରଢ଼ି ର ମେଢ଼କୁ ଆୟୋଜକ ମାନେ ଘାଟକୁଳ ପଡ଼ା ବାଟ ଦେଇ ନେଇନଥିଲେ । ଅପରନ୍ତୁ ଖରିସାଣ, ଭଦିଳ ବାଟ ଦେଇ ବିଷର୍ଜନ ସ୍ଥଳ ମକର ପଡ଼ିଆ କୁ ନେଇଥିଲେ । କିନ୍ତୁ ସେଠାରେ ମଧ୍ୟ ଉପସ୍ଥିତ ଥିବା ଘାଟକୁଳ ମେଢ଼ର କିଛି ଆୟୋଜକ ମାନେ ଯୋର ଜବରଦସ୍ତ ମେଢ଼କୁ ମେଢ଼ ଯୋଡ଼ି ଗଣ୍ଡଗୋଳ ସୃଷ୍ଟି କରିଥିଲେ । ଏପରିକି ବଚଷା ପାଟିତୁଣ୍ଡରୁ ମାଡ଼ପିଟ ହୋଇଥିଲା । ଏହି ମାଡ଼ପିଟ ରେ ଓରଢ଼ି ମେଢ଼ର ଆୟୋଜକ ସଂଜୟ ମହାନ୍ତି (୩୫)ଙ୍କ ମୁଣ୍ଡ ଫାଟିଛି । ବିକ୍ରମ ଦାସ (୩୦) ଙ୍କ ବାମ ହାତ ଭାଙ୍ଗିଛି ଏବଂ ବିଜୟ ଦାସ ( ୩୦) ଙ୍କର ବିଶି ଆଙ୍ଗୁଳି ରେ ଆଘାତ ଲାଗିଛି । ଗଣ୍ଡଗୋଳ ପରେ ଏମାନେ ପାଟକୁରା ଥାନାକୁ ଆସିଥିଲେ । ବିଜୟ ଦାସ ଏହି ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଏକ ଲିଖବତ ଅଭିଯୋଗ କରିଥିଲେ । ପରେ ଏମାନେ ପାଟକୁରା ମେଡ଼ିକାଲ ରେ ଚିକିତ୍ସିତ ହୋଇଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣା ର ତଦନ୍ତ କରୁଛି । ଓଡ଼ିଶା ସମାଚାର
Check Also
ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ
ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …