Saturday , May 28 2022
Breaking News
Home / ବିଶେଷ / କଲ୍ୟାଣସିଂହପୁର :ପଲ୍ଲୀରେ ପ୍ରଶାସନ କାର୍ୟ୍ୟକ୍ରମ

କଲ୍ୟାଣସିଂହପୁର :ପଲ୍ଲୀରେ ପ୍ରଶାସନ କାର୍ୟ୍ୟକ୍ରମ

କଲ୍ୟାଣସିଂହପୁର,୧୦/୧୦/୨୦୧୯ (ଓଡ଼ିଶା ସମାଚାର)-  ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଂଚାୟତ କାର୍ୟ୍ୟାଳୟରେ ପଲ୍ଲୀରେ ପ୍ରଶାସନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଗବାନ ଗୌଡ଼, ସମିତି ସଭ୍ୟ ହେମଗିରି ଅମରାପୁ, ସରପଂଚ ଅଞ୍ଜନୀ ନିଶିଳା, ତହସିଲଦାର ସହଦେବ କୁଟ୍ରୁକା, ପଂଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ପି.କେ. ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିଲେ । ମୋଟ ୯୭ଟି ଅଭିଯୋଗ ମଧ୍ୟରେ ୮୨ଟି ବ୍ୟକ୍ତିଗତ ଓ ୧୫ଟି ଗୋଷ୍ଠୀଗତ ଅଭିଯୋଗ ଶୁଣାଣି ହୋଇଥିଲା ।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୬୩ଜଣଙ୍କ ନାମ ତାଲିକା ପ୍ରସ୍ତୁତ କରି ଜୀବନ ବୀମା କରିବା ପାଇଁ ସ୍ଥିର କରାଯାଇଛି । ୩ଟି ମହିଳା ଗୋଷ୍ଠୀ ଚିହ୍ନଟ କରି କୃଷିଭିତିିକ କାର୍ୟ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ୫ଟି ଗ୍ରୁପ କୁ ବ୍ୟାଙ୍କ ତରଫରୁ ୮୦ହଜାର ଟଙ୍କା ଲେଖାଏଁ ଋଣ ଯୋଗାଇଦେବା ପାଇଁ ସ୍ଥିର କରାଯାଇଛି । ୨୮୭ଟି ଗୃହପାଳିତ ପଶୁଙ୍କୁ ଟୀକାକରଣ କରାଯାଇଛି । ରାଷ୍ଟ୍ରୀୟ ବାଲ ବିକାଶ ସୁରକ୍ଷା କେନ୍ଦ୍ର ଯୋଜନାରେ ୪୩ଜଣକୁ ଶିଶୁଙ୍କୁ ଚିକିତ୍ସା କରାଯାଇଥିବା ବେଳେ ୩୦ବର୍ଷରୁ ଅଧିକ ବୟସ୍କ ପ୍ରାୟ ୮୬ଜଣକୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଦିନ ଦୟାଲ  ଗ୍ରାମୀଣ କୃଷକ କୌଶଳ ଯୋଜନାରେ ୧୩ଜଣଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ତାଲିକା କରାଯାଇଛି । ପଂଚାୟତର ଅତି ଗରିବ ଶ୍ରେଣୀର ପରିବାର ଯାହାର ଘରଦ୍ୱାର ନ ଥିବ ସେହିପରି ପରିବାର ୩୦ଜଣଙ୍କୁ ଚିହ୍ନଟ କରାଯାଇଛି । ଜଙ୍ଗଲ ଜମି ପଟ୍ଟା ପାଇଁ ୪୩ଜଣଙ୍କ ତାଲିକା, ଆଦିବାସୀ ପରିବାରର ୩୦ଜଣ ଛାତ୍ରଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିବା ବେଳେ ୨ଟି ବିଦ୍ୟାଳୟ ଓ ୨ଟି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ଶେଷରେ ରାଜଲିମା ଗ୍ରାମର ରାସ୍ତା ସହ ଗ୍ରାମ ପରିଦର୍ଶନ କରିଥିଲେ । ଏମଜିଏନଆରଜିଏସ ଦ୍ୱାରା ରାସ୍ତା କରାଯିବ ବୋଲି ବିଡିଓ ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଏଇ ରାଜକିଶୋର ପ୍ରଧାନ, ବିପିଓ କଳ୍ପତରୁ ବେହେରା, ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

‘ମୋ ସରକାର’ କାର୍ୟ୍ୟକ୍ରମର ସମୀକ୍ଷା  କଲେ   ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୨୭/୦୫/୨୦୨୨( ଓଡ଼ିଶା ସମାଚାର )- ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ …

Leave a Reply

Your email address will not be published. Required fields are marked *