ସାଲେପୁର, ୧୦/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ଶିକ୍ଷାମଣ୍ଡଳ କାର୍ଯ୍ୟାଳୟର ଅତିରିକ୍ତ ଶିକ୍ଷାମଣ୍ଡଳ ଅଧିକାରୀ ଭାବେ କାର୍ଯ୍ୟକରୁଥିବା କୃଷ୍ଣଚନ୍ଦ୍ର ଦାସ (୫୮)ଙ୍କର ଗତ ୭ ତାରିଖ ରାତିରେ ପରଲୋକ ହୋଇଯାଇଛି । ଶ୍ରୀ ଦାସ ହାଇ ବଙ୍ଗବଚ୍ଚ ପ୍ରେସର ଓ ଡ଼ାଇବେଟିସ୍ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ଦାସ କଟକ ଜିଲ୍ଲାର କଂଟାପଡ଼ା ବ୍ଲକ୍ କୁ ପ୍ରମୋସନ୍ ପାଇ ଏବିଓ ହୋଇ ଯାଇଥିଲେ । ତେବେ ଗତ ବର୍ଷକ ତଳେ ତାଙ୍କୁ ସାଲେପୁର ବ୍ଲକ୍ କୁ ବଦଳି ହୋଇ ଆସିଥିଲେ । ତାଙ୍କର ପରଲୋକ ଖବର ପାଇ ସାଲେପୁର ଶିକ୍ଷାମଣ୍ଡଳ କାର୍ଯ୍ୟାଳୟର ଅତିରିକ୍ତ ବରିଷ୍ଠ ଶିକ୍ଷାମଣ୍ଡଳ ଅଧିକାରୀ ଜଗବନ୍ଧୁ ଶତପଥୀ, ଅବସରପ୍ରାପ୍ତ ଏବିଓ ରଜନୀକାନ୍ତ ଦାଶ, ସାଲେପୁର ଶିକ୍ଷାମଣ୍ଡଳ ଅଧିନ ସିଆରସିସି ମାନେ ତାଙ୍କ ବାସ ଭବନରେ ପହଂଚି ଶୋକାସନ୍ତପ୍ତ ପରିବାର ବର୍ଗଙ୍କୁ ଶାନ୍ତ୍ୱାନା ଦେବା ସହ ଅନ୍ତେଷ୍ଟି କ୍ରୀୟା ପାଇଁ ୫ହଜାର ଟଙ୍କା ପ୍ରଦାନ କରିଥିଲେ । ଆଜି ଶିକ୍ଷାମଣ୍ଡଳ କାର୍ଯ୍ୟାଳୟରେ ସ୍ୱର୍ଗତ ଦାସଙ୍କ ପାଇଁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟାଳୟର କର୍ମଚାରୀ , ସିଆରସିସି ଓ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଦେବା ସହ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଓଡ଼ିଶା ସମାଚାର