ପାଟକୁରା, ୧୦/୧୦/୨୦୧୯ ( ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟର ପରିଚାଳନା ସଭାପତି ଚିତରଞ୍ଜନ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଭଗବାନ ଜେନା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ସମ୍ପର୍କରେ କହିବା ସହିତ ସେହି ସମୟରେ ଓଡିଶାରେ ଥିବା ପ୍ରକୃତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ରଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମାନସ ସନ୍ତାନ ଭାବେ ଦୈନିକ ଖବର କାଗଜ ‘ସମାଜ’ଓଡିଶାର ସର୍ବ ପୂରାତନ ଖବରକାଗଜ ଭାବରେ ତାର ଏକ ଶହ ବର୍ଷର ପୂର୍ତି ଉତ୍ସବ ପାଳନ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସମ୍ପାଦକ ପ୍ରମୋଦ ମହାପାତ୍ର, ହରିଦାସପୁରସ୍ଥିତ ପଂଚାୟତ ନାଗମଣୀ ହାଇସ୍କୁଲର ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ପାଣି,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଭୁସାଗର ମହାପାତ୍ର ଓ ବାବା ସତ୍ୟଭାନୁ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପାଟକୁରା ସମାଜ ପ୍ରତିନିଧି ଯଶୋବନ୍ତ ପାତ୍ର ଉତ୍କଳମଣିଙ୍କ ଜୟନ୍ତି ଏବଂ ଦୈନିକ ‘ସମାଜ’ ଏକ ଶତ ବର୍ଷପୂର୍ତି ଉତ୍ସବ ପାଳନ କରିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର