Wednesday , October 4 2023
Breaking News
Home / ବିଶେଷ / ଅଚ୍ୟୁତ ପୀଠକୁ ସଂକୀର୍ତନ ପଦଯାତ୍ରା ପାଇଁ ଆୟୋଜନ

ଅଚ୍ୟୁତ ପୀଠକୁ ସଂକୀର୍ତନ ପଦଯାତ୍ରା ପାଇଁ ଆୟୋଜନ

 ନିଶ୍ଚିନ୍ତକୋଇଲି,୧୦/୧୦/୨୦୧୯( ଓଡ଼ିଶା ସମାଚାର/ଅଭୟ ଜେନା): ଆଗାମୀ ଗର୍ଭଣା ସଂକ୍ରାନ୍ତି ଅବସରରେ ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ କୁ ମହାମନ୍ତ୍ର ନାମ ସଂକୀର୍ତନ ଯାତ୍ରା ଅନୁଷ୍ଠିତ ହେଉଥିବା ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଅଛି । ଏହି ସଂକୀର୍ତନ ପଦଯାତ୍ରାରେ ଗୋପୀନାଥପୁର , କେଉଟୁଲି, ତିଳଦା, ମାରଡ଼ା, ବଳରାମପୁର, ବୋଇଲ, ହରିପୁର, ଢ଼ିଅବୋଇଲ, ଭଗବାନପୁର, ପୁରୁଣାପାରି, ଜନାର୍ଦ୍ଦନପୁର, ଦାମୋଦରପୁର, ବାହାରପଡ଼ା ଓ ସହରପଲେଇ ଗ୍ରାମଗୁଡ଼ିକରୁ ଶ୍ରଦ୍ଧାଳୁମାନେ ଯୋଗଦେବେ ବୋଲି ନିଷ୍ପତି ହୋଇଛି । ଏହି ଯାତ୍ରା ଗୋପୀନାଥପୁର ନୀଳକଂଠେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହେବ ବୋଲି ଆୟୋଜକ ମଣ୍ଡଳୀ ପକ୍ଷରୁ ଗୈାରାଙ୍ଗ ଚରଣ ପଣ୍ଡା, ଦୀପକ ଖଟୁଆ, ଅଶୋକ ମହାନ୍ତି, ପ୍ରେମାନନ୍ଦ ଲେଙ୍କା, ବଂଶୀଧର ଦାସ, ରାଜକିଶୋର ସିଂହ, ବେଣୁଧର ବରାଳ ପ୍ରମୁଖ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *