Monday , January 17 2022
Breaking News
Home / ତାଜା ଖବର / ୪୨ବୋତଲ ଦେଶୀମଦ ଜବତ ଜଣେ ଗିରଫ

୪୨ବୋତଲ ଦେଶୀମଦ ଜବତ ଜଣେ ଗିରଫ

କେନ୍ଦ୍ରାପଡା ୦୯/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ପୋଲିସ ଏକ ବାଇକରେ ଯାଉଥିବା ଚୋରାମଦ ବେପାରୀ ଠାରୁ ୪୨ବୋତଲ ଚୋରାଦେଶୀମଦ ଓ ବାଇକ ଜବତ କରିବା ସହିତ ଚୋରାମଦବେପାରୀକୁ ଗିରଫ କରିଥିବା ଜଣାପଡିଛି ।  ଖବରରୁ ପ୍ରକାଶ ଯେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା  ସମୟରେ ଡେରାବିଶି ଥାନା ଅନ୍ତର୍ଗତ ମନ୍ତ୍ରୀପଡା ଗ୍ରାମର ପ୍ରହଲ୍ଲାଦ ନାୟକଙ୍କ ପୁଅ ହିମାଂଶୁ ନାୟକ(୩୪) ଓଆର – ୨୯-୪୮୩୯ନମ୍ବର ବିଶିଷ୍ଟ ଏକ ବାଇକ ପଛରେ ବନ୍ଧା ହୋଇଥିବା ଏକ କଳାରଙ୍ଗର ବ୍ୟାଗରେ (୨୦୦ମି.ଲି.ବିଶିଷ୍ଟ) ୪୨ଟି ବୋତଲରେ ଥିବା ଆସ୍କାଫର୍ଟି ଚୋରା ଦେଶୀମଦ ନେଇ ଯାଉଥିବା ସମୟରେ ଅଳାବାଙ୍କ ଛକ ନିକଟରେ ସଦର ଥାନା ପୋଲିସ ହାତରେ ଧରାପଡିଥିଲା । ସଦର ଥାନା ପୋଲିସ ଚୋରାମଦ ବେପାରୀକୁ ଗିରଫ କରିବା ସହ ତା ନିକଟରୁ ୪୨ବୋତଲ ଦେଶୀ ଚୋରାମଦ ଓ ବାଇକ ଜବତ କରି ଥାନାରେ  ୨୮୩/୨୦୧୯ରେ ଓଡିଶା ଅବକାରୀ ଆଇନର ଧାରା ୫୨(କ)ରେ ମାମଲା ରୁଜୁକରିଥିବା ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଚିତ୍ରୋତ୍ପଳା ନଦୀବନ୍ଧ ରେ ରାହାଜାନୀ

ବିଲହାଟ, ୭/୧/୨୦୨୨ (ଓଡ଼ିଶା ସମାଚାର)- ଚିତ୍ରୋତ୍ପଳା ନଦୀବନ୍ଧ ର ଦକ୍ଷିଣ ପାଶ୍ୱର୍ ଚମ୍ପା ଗ୍ରାମ ର ଜାଗୁଳାଇ ନିକଟରେ ରାହାଜାନୀ …

Leave a Reply

Your email address will not be published. Required fields are marked *