Sunday , October 1 2023
Home / ବିଶେଷ / ରାମେଶ୍ୱରରେ ହାତୀ ଆତଙ୍କ : ଜେବିଙ୍କ ଫାର୍ମହାଉସରେ ଜଣଙ୍କୁ ଶୁଣ୍ଢରେ କଚାଡ଼ିଲା:ଧାନ ଫସଲ ନଷ୍ଟ

ରାମେଶ୍ୱରରେ ହାତୀ ଆତଙ୍କ : ଜେବିଙ୍କ ଫାର୍ମହାଉସରେ ଜଣଙ୍କୁ ଶୁଣ୍ଢରେ କଚାଡ଼ିଲା:ଧାନ ଫସଲ ନଷ୍ଟ

ନିରାକାରପୁର, ୦୯/୧୦/୨୦୧୯ (ଓଡ଼ିଶା ସମାଚାର)- ଗତ କିଛି ଦିନ ହେବ ୨୫ଟି ହାତୀ ଖାଦ୍ୟ ଅନେଷ୍ୱଣରେ ଆସି ନାଲସିଂହ,ଗୟାବନ୍ଧରେ ଜଙ୍ଗଲରେ ରହୁଥିବାବେଳେ ସେମାନେ ଏବେ ୧୬ନଂ ଜାତୀୟ ରାଜପଥ ଅତିକ୍ରମ କରି ଧାନ ଫସଲ ଖାଇବା ପାଇଁ ରାମେଶ୍ୱର ପଂଚାୟତ ଖଜୁରୀପଡ଼ା ଜଙ୍ଗଲ ଓ ନିରାକାରପୁର ଚିତ୍ରକୂଟ ମୁଣ୍ଡିଆରେ ଅବସ୍ଥାନ କରୁଛନ୍ତି । ଲୋକମାନଙ୍କୁ ଖାତିର ନ କରି ଦିନ ଦ୍ୱିପ୍ରହରରେ ସେଥିରୁ କିଛି ଦନ୍ତା ହାତୀ ସମେତ ବାହାରକୁ ଆସି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ସେମାନେ ଖଜୁରୀପଡ଼ା, ରାମେଶ୍ୱର ଅଂଚଳର ଶହଶହ ଏକର ଜମିକୁ ଦଳିଚକଟି ଖାଇ ନଷ୍ଟ କରି ସାରିଲେଣି । ଦୁଇ ତିନିଟି ହାତୀ ଦିନରାତି ରାମେଶ୍ୱରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫାର୍ମହାଉସରେ ପଶି ଧାନ ଫସଲ,ବିଭିନ୍ନ ଫଳ,ପନିପରିବା ଗଛ ଖାଇ ନଷ୍ଟ କରୁଥିଲେ । ଗତକାଲି ଦିନବେଳା ଗୋଟିଏ ହାତୀ ପଶି ଦଶ ଏକରରୁ ଅଧିକ ହୋଇଥିବା ଧାନ ଫସଲ,ନଡ଼ିଆ ଗଛ,କଦଳୀ ଗଛଗୁଡ଼ିକୁ ନଷ୍ଟ କରିଥିଲା । ଆଜି ଭୋରୁ ଉକ୍ତ ଫାର୍ମ ହାଉସର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ପଙ୍କଜ କୁମାର ବିଶ୍ୱାଳ ଫସଲ ଦେଖିବାକୁ ଯାଉଥିବାବେଳେ ପଛପଟୁ ଆସି ଏକ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା । ଫଳରେ ତାଙ୍କ ଅଂଟା ଓ ଗୋଡ଼ରେ ଗଭୀର ଆଘାତ ଲାଗି ଜମି କାଦୁଅରେ ଦୁଇ ଘଂଟା ପଡ଼ି ରହିଥିଲେ । ପରେ ଅନ୍ୟ କର୍ମଚାରୀମାନେ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ହସପିଟାଲକୁ ଚିକିସôା ପାଇଁ ପଠାଇଛନ୍ତି । ଏହି ହାତୀମାନଙ୍କୁ ଘଉଡ଼ାଇବାକୁ ବନ ବିଭାଗ ଚେଷ୍ଟା କରୁଥିଲେ ବି ସେମାନେ ଏହି ଅଂଚଳରୁ ଯିବାର ନ ଧରୁନାହାଁନ୍ତି । ତେଣୁ ତୁରନ୍ତ ଏଠାରୁ ଅନ୍ୟତ୍ର ତଡ଼ିବା ପାଇଁ ଅଂଚଳବାସୀଙ୍କ ତରଫରୁ ଦାବି ହେବା ସହ ଧାନ ଫସଲ କ୍ଷତିପୂରଣ ବାବଦକୁ ତୁରନ୍ତ ଅର୍ଥ ଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *