Sunday , September 25 2022
Home / ବିଶେଷ / ମାଛଧରା ଟ୍ରଲର ବୁଡ଼ି ମତ୍ସ୍ୟଜିବୀ ନିଖୋଜ ଘଟଣା : ୧ ମୃତ , ୧ ନିଖୋଜ

ମାଛଧରା ଟ୍ରଲର ବୁଡ଼ି ମତ୍ସ୍ୟଜିବୀ ନିଖୋଜ ଘଟଣା : ୧ ମୃତ , ୧ ନିଖୋଜ

ପାରାଦ୍ୱୀପ,୦୯/୧୦/୨୦୧୯ (ଓଡ଼ିଶା ସମାଚାର)- ଗତକାଲି ଏକ ମାଛଧରା ଟ୍ରଲର ନେହେରୁବଙ୍ଗଳା ନିକଟ ମୁହାଣରେ ବୁଡ଼ି ଯିବା ଫଳରେ ୩ ଜଣ ମତ୍ସ୍ୟଜିବୀ ନିଖୋଜ ଥିଲେ । ହେସମାନଙ୍କ ମଧ୍ୟରୁ ଜଚ୍ଚଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ବର୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ତାଙ୍କ ନାଁ ଲକ୍ଷ୍ମୀଧର ଦାସ । ୬ ଦିନ ତଳେ ମା ଜାଡ଼ୁଆ ନାମକ ଟ୍ରଲରଟି ରେ ୫ ଜଣ ମତ୍ସ୍ୟଜିବୀ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇ ମାଛ ଧରି ଫେରୁଥିବାବେଳେ ଏହି ଟ୍ରଲରଟି ନେହେରୁବଙ୍ଗଳା ନିକଟ ମୁହାଣରେ ବାଲିଚରରେ ଧକା ଖାଇ ବୁଡ଼ିଯାଇଥିଲା । ଟ୍ରଲରଟି ବୁଡ଼ିଯିବା ପରେ ପାଖରେ ଥିବା ଅନ୍ୟ ଟ୍ରଲର କର୍ମଚାରୀ ଓ ମେରାଇନ ଥାନା ପୋଲିସ୍ ୩ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଆଜି ସକାଳେ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ର ତେବେ ବର୍ତମାନ ସୁଦ୍ଧା ଲକ୍ଷ୍ମୀଧର ଦାସ ନାମକ ଜଣେ ମତ୍ସ୍ୟ ଜିବୀ ନିଖୋଜ ଅଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.