ଅଶିଣ ଆକାଶରେ ପାର୍ବଣର ପୁଲକରେ କାଶତଣ୍ଡିର ମନ୍ତ୍ରପୁତ ଶିହରଣରେ ତୋ ଆଗମନ... ବିସ୍ତରିଯାଏ ଖଣ୍ଡା ଖର୍ପର ଶଙ୍ଖର ତୁର୍ଯ୍ୟ ନାଦରେ ଶକ୍ତି ସ୍ୱରୂପିଣୀ ମହିଷାମର୍ଦ୍ଧିନି ରୂପରେ... ଛାତିତଳେ ଭରିଦେଉ ଶତ ସିଂହର ବଳ ଲେଲିହାନ ଶିଖାପରି ମୁଁ ବି ପାଲଟିଯାଏ ମାନବୀରୁ ଦେବୀ ମୋ ଚିନ୍ତା ଚେତନାର ବିଶ୍ୱାସର ନିଭୃତ କୋଣରେ ଉଦ୍ଭାଷିତ ତୋ ସତ୍ତା.. ଭସା ବାଦଲର ଭିଜା ଆଖିରେ ବେସାହାରା କରି କାହିଁ ଚାଲିଯାଉ ମାଆ ମୋ ବିଶ୍ୱାସର ବିଶ୍ୱରେ ତୋ ଆଶ୍ୱାସନାର ପଣତ ଘୋଡେଇଦେଇ ଯାଆ ଅପେକ୍ଷା ଫୁଣି ଗୋଟିଏ ବର୍ଷ ମୋ ଆୟୁଷ ରୁ କିଛିଦିନ କମାଇ.. -0- ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା