ଗୁଣୁପୁର,୦୯/୧୦/୨୦୧୯ (ଓଡ଼ିଶା ସମାଚାର)- ଗୁଣୁପୁରର ଲକ୍ଷ୍ମୀ ନରସିଂହପୁର କଲ୍ୟାଣମଣ୍ଡପରେ ସଖା ପକ୍ଷରୁ ନୂଆ ‘ମା’ର ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିବସ ଥିଲା । ସମ୍ମାନୀତ ଅତିଥି ଭାବେ ଗୁଣୁପୁରର ଆଇଆଇସି ରଶ୍ମୀରଞ୍ଜନ ପ୍ରଧାନ ଏବଂ ଆଇସିଡିଏସ ର ସୁପରଭାଇଜର ବିଜୟଲକ୍ଷ୍ମୀ ପିରିପାକା ବଙ୍ଗଳା ନାଟକର ସନ୍ତୁ ଗୋଚ୍ଛାୟତ, କାନ୍ତା ରାଓ କଂଡଗିରି, ଶିଶିରକାନ୍ତ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । କିସ ର ସାଧନା ମିଶ୍ର ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ମୂଳଲକ୍ଷ ହେଲା କିନ୍ନରମାନେ ଗ୍ରାମାଂଚଳକୁ ଅନ୍ଧବିଶ୍ୱାସକୁ ଦୂର କରିବେ । ଗର୍ଭବତୀ ଓ ନବଜାତ ଶିଶୁମାନଙ୍କ ସେବା କରିବେ ଏବଂ ଶିଶୁକୁ କେମିତି ସ୍ତନ୍ୟପାନ କରାଇବେ, ମମତା ଦିବସକୁ ଯିବେ, ନିୟମିତ ଭାବରେ ଟୀକାକରଣ କରାଇବେ । ସେହିପରି ବଙ୍ଗଳା ନାଟକ ଟିମ୍ ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗାଁ’କୁ ଯାଇ ସଚେତନ କରାଯିବ । ରାୟଗଡ଼ା ଜିଲାରେ ପ୍ରଥମଥର ହେଉଥିବାରୁ କିନ୍ନରମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏହାଦ୍ୱାରା କିନ୍ନରମାନେ ରାସ୍ତାରେ ଭିକ୍ଷାବୃତିି ନ କରି ସେମାନେ କେମିତି ମୁଖ୍ୟସ୍ରୋତରେ ପହଂଚିବେ ରାୟଗଡା ଜିଲାର କିନ୍ନର ସଂପାଦକ ଶିଶିରକାନ୍ତ ମହାପାତ୍ର(ପିଙ୍କି), ସଭାପତି ରମେଶ ଚନ୍ଦ୍ର କୁଆଲ(ରେଶମା), କୋଷାଧ୍ୟକ୍ଷ କାନ୍ତାରାଓ କଂଡାଗିରି(କାଜଲ) ଏବଂ ସଖା ଗୁଣୁପୁର ବ୍ଲକ ସଂଯୋଜକ କିରଣ କୁମାର ଗମାଙ୍ଗଙ୍କ ନେତୃତ୍ୱରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର