ଝାରସୁଗୁଡ଼ା, ୦୮/୧୦/୨୦୧୯ (ଓଡ଼ିଶା ସମାଚାର)-ଝାରସୁଗୁଡ଼ା ଥାନା ପୁଲିସ୍ ପୁଡ଼ାମାହାଲ ଗାଁ ରୁ ଏକ ଗଳା କଟା ଋକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଦ୍ଧାର କରିଛି । ମୃତକ ଗୁଣସାଗର ଦାଶ ବୋଲି ଚିହ୍ନଟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଗୁଣସାଗର ଘରୁ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ । ରାତିସାରା ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଆଜି ସକାଳେ ଗଳାକଟା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ କରାଯାଇଥିଲା । ସ୍ଥାନୀୟ ଲୋକେ ପୁଲିସ୍ କୁ ଖବର ଦେବା ପରେ ସାଇଂଟିଫିକ୍ ଟିମ୍ ସହ ପୋଲିସ୍ ପହଂଚି ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି । ଓଡ଼ିଶା ସମାଚାର