Thursday , October 6 2022
Breaking News
Home / ବିଶେଷ / ସାଲେପୁର: ଦଶହରାର ନିଆରା ଝଲକ, ଚର୍ଚ୍ଚାରେ ଯମଦଣ୍ଡ ପୂଜା ମଣ୍ଡପ ଓ ମୁଖ୍ୟ ବଜ଼ାର ପୂଜା ମଣ୍ଡପ.

ସାଲେପୁର: ଦଶହରାର ନିଆରା ଝଲକ, ଚର୍ଚ୍ଚାରେ ଯମଦଣ୍ଡ ପୂଜା ମଣ୍ଡପ ଓ ମୁଖ୍ୟ ବଜ଼ାର ପୂଜା ମଣ୍ଡପ.

ସାଲେପୁର ୦୮/୧୦/୨୦୧୯ (ଓଡିଶା ସମାଚାର /ଅଭୟ ଜେନା ): ସାଲେପୁର ସହର ରେ ମାଛୁଆତି ଓ ପୁରୁଣାହାଟ ଓ ରୋଧପୁର ଠାରେ ଦୁର୍ଗା ମେଢ଼ ପୂଜା ପାଉଥିବା ବେଳେ   କଚେରୀ ବଜ଼ାର ପୂଜା ମଣ୍ଡପ ପକ୍ଷରୁ ଯମଦଣ୍ଡ ପୂଜାମଣ୍ଡପ ପ୍ରସ୍ତୁତକାରାଯାଇଛି  । ଏଥିରେ ଏକ ନିଆରା ଝଲକ ସମାଜକୁ ସଚେତନ  କଲାଭଳି ଯମରାଜା ପାପୀମାନଙ୍କୁ ଦଣ୍ଡ ପ୍ରଦାନ କରୁଛନ୍ତି । ସମାଜରେ ଘଟୁଥିବା ପରକିୟା ପ୍ରୀତି, ଦୁର୍ନୀତି, ଅତ୍ୟାଚାର ଓ ହତ୍ୟା କରୁଥିବା ପାପୀ କିପରି ଯମରାଜା ଙ୍କ ଦ୍ଵାରା ଦଣ୍ଡ ପାଉଛନ୍ତି ଓ ପଲିଥିନ କିପରି ସମ୍ପୂର୍ଣ ବନ୍ଦ କରାଯିବ ତାହା ଉପରେ ଏକ ସଚେତନତା ମଧ୍ୟରେ ସମାଜକୁ ବାର୍ତା ସୃଷ୍ଟି କରାଯାଉଛି ।  ସେହିପରି ସାଲେପୁର ମୁଖ୍ୟ ବଜ଼ାର କମିଟି ପକ୍ଷରୁ ଭଗବାନ ଙ୍କ  ନୃସିଂହ ଅବତାର ମେଢ଼ ପ୍ରସ୍ତୁତ କରାଯାଇଛି ।  ଭଗବାନ ନୃସିଂହ ଅବତାର  ରେ ଆସି ପାପୀ ମାନଙ୍କୁ କିପରି ବିଲୋପ କରୁଛନ୍ତି. ତାହା ମଧ୍ୟ ଦେଖିବାକୁ ମିଳିଛି ।  ସବୁଠାରୁ ଏହି ଦୁଇ  ପୂଜା ମଣ୍ଡପ ରେ ଅଧିକ ଭିଡ ଦେଖିବାକୁ ମିଳିଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.