ଜଗତସିଂହପୁର,୦୮/୧୦/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ଅଢ଼ଙ୍ଗ ପଂଚାୟତ ର ଦାଆଗାଁ ବିଦ୍ୟାଳୟ ରେ ଥିବା ବାତ୍ୟା ଆଶ୍ରୟସ୍ଥଳରୁ ଗତ ୫ ତାରିଖ ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପୋଲିସ୍ ହସପିଟାଲରେ ଭର୍ତି କରଥିଲା । ସେହି ରାତିରେ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ସୋମବାର ଦିନ ତାଙ୍କ ପରିଚୟ ମିଳିଥିଲା । ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅନ୍ତର୍ଗତ କାଂଚନପୁରର କୃର୍ଷ୍ଣଚନ୍ଦ୍ର ଚମ୍ପତିରାୟ ବୋଲି ତାଙ୍କର ପରିଚୟ ମିଳିଥିଲା । ତାଙ୍କ ପତ୍ନୀ ରଶ୍ମିତା ବାଲିକୁଦା ଥାନାରେ ପହଂଚି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ମୃତ କୃର୍ଷ୍ଣଚନ୍ଦ୍ର ଅହମଦାବାଦ ରେ ଘରୋଇ କମ୍ପାନୀରେ କାମ କରନ୍ତି । କିଛିଦିନ ତଳେ ସେ ଗାଁ କୁ ଆସିଥିଲେ । ଗତ ୫ ତାରିଖରେ ସେ ଅହମଦାବାଦ ଯାଉଛି କହି ଘରୁ ଯାଇଥିଲେ । ହେଲେ ଜଗତସିଂହପୁର ଜିଲା ବାଲିକୁଦା ଥାନା ଅଂଚଳରୁ ତାଙ୍କୁ ଶଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ପୋଷାକ ଶରୀରର କିଛି ଅଂଶ ପୋଡ଼ିଥିଲା , ପାଖରେ ଛୁରୀ, ଦିଆସିଲି, ଚପଲ ଆଦି ଥିଲା । ପରେ ପୁଲିସ୍ ର ତଦନ୍ତ ରୁ ଫେସ ବୁକ୍ ରୁ ବନ୍ଧୁତା, ପରେ ପ୍ରେମ ଓ ପରିଣତି ହତ୍ୟା ବୋଲି ବୋଲି ପୁଲିସ୍ ଜାଣିବାକୁ ପାଇଥିଲା ।
ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅନ୍ତର୍ଗତ କାଂଚନପୁରର କୃର୍ଷ୍ଣଚନ୍ଦ୍ର ଚମ୍ପତିରାୟ ଜଣେ ବିବାହିତ ବ୍ୟକ୍ତି । ସେ ଅହମଦାବାଦ ରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଗରଁ ରେ ତାଙ୍କର ବାପା, ମା, ପତ୍ନୀ ଓ ୨ ବର୍ଷର ଝିଅ ରହନ୍ତି । ପ୍ରାୟ ବର୍ଷକ ତଳୁ ଫେସବୁକ୍ ରେ ବାଲିକୁଦା ଥାନା ଅଂଚଳର ଜଣେ ମହିଳାଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ ହେବା ସହ ତାହା କ୍ରମେ ପ୍ରେମ ରେ ପରିଣତ ହୋଇଥିଲା । ପ୍ରେମ ସମ୍ପର୍କ ଏତେ ବଢ଼ିଯାଇଥିଲା ଯେ କୃର୍ଷ୍ଣଚନ୍ଦ୍ର ଉକ୍ତ ମହିଳାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲା । ପୂଜା ଛୁଟିରେ ଗାଁ କୁ ଆସିଥିବା କୃଷ୍ଣଚନ୍ଦ୍ର ଶନିବାର(୫ ତାରିଖ) ଦିନ ୧୨ ଟା ବେଳେ ଅହମଦାବାଦ ଯାଉଛି କହି ଘରୁ ଯାଇଥିଲେ । ହେଲେ ଅହମଦାବାଦ ନଯାଇ ପହଂଚିଥିଲେ ସମ୍ପୃକ୍ତ ମହିଳାଙ୍କ ଗାଁ ରେ । ଜଗତସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ଅଢ଼ଙ୍ଗ ପଂଚାୟତ ର ଦାଆଗାଁ ବିଦ୍ୟାଳୟ ରେ ଥିବା ବାତ୍ୟା ଆଶ୍ରୟସ୍ଥଳରୁ ଅଧାପୋଡ଼ା ମୁମୁର୍ଷୁ ଅବସ୍ଥାରେ (୮୦ ଭାଗ ଶରୀର ପୋଡ଼ା) ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ପୋଲିସ ହସପିଟାଲ ରେ ଭର୍ତି କରିଥିଲା । କୃର୍ଷ୍ଣଚନ୍ଦ୍ର ହାତରେ ଛୁରୀରେ କଟାଯାଇ ମଧୁ ବୋଲି ଲେଖାଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ତାଙ୍କ ପତ୍ନୀ ଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ୍ ସମ୍ପୃକ୍ତ ମହିଳାଙ୍କ ଦୁଇ ଭଉଣୀ, ବାପାଙ୍କୁ ନେଇ ପଚରା ଉଚୁରା କରୁଥିଲା । ଗତକାଲି ପୁଣି କଟକରେ ରହୁଥିବା ପ୍ରେମିକା କୁହାଯାଉଥିବା ଉକ୍ତ ମହିଳାଙ୍କୁ ପୋଲିସ୍ ଆଣି ଜେରା କରୁଛି । ଏହି ହତ୍ୟା କାଣ୍ଡ ରେ ସମ୍ପୃକ୍ତ ମହିଳାଙ୍କର ହାତଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ସବୁ ପଦାକୁ ଆସିବ ବୋଲି ପୋଲିସ୍ କହୁଛି । ଓଡ଼ିଶା ସମାଚାର