Tuesday , October 26 2021
Breaking News
Home / ବିଶେଷ / ନିଆରା ଢ଼ଙ୍ଗରେ ଦଶହରା ଉତ୍ସବ ପାଳିଲା  ବିର୍ଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ

ନିଆରା ଢ଼ଙ୍ଗରେ ଦଶହରା ଉତ୍ସବ ପାଳିଲା  ବିର୍ଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ

କଟକ,୦୮/୧୦/୨୦୧୯ (ଓଡ଼ିଶା ସମାଚାର)-ପବିତ୍ର ଦଶହରା ଉତ୍ସବ ବିର୍ଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶେଖ ବଜାରସ୍ଥିତ ଆଦୃତା ଶିଶୁ ସଦନ ପିଲା ମାନଙ୍କୁ ନେଇ କଟକର ବିଭିନ୍ନ ସ୍ଥାନରେ ଦଶହରା ଦେବୀ ମାନଙ୍କର ମେଢ଼ ଦର୍ଶନ ପାଇଁ ଭ୍ରମଣ କରାଯାଇଥିଲା  । ବାସ୍ତବରେ ଅନ୍ୟମାନଙ୍କ ଖୁସିକୁ ଆଖି ଆଗରେ ରଖି ଏପରି ନିଆରା ପର୍ବ ପାଳନର ଅନୁଭୂତିକୁ ସର୍ବସାଧାରଣରେ ଟ୍ରଷ୍ଟ ପରିବାରକୁ ସାଧୁବାଦ ଜଣାଇଛନ୍ତି । ଏହି ଦଶହରା ଭ୍ରମଣ ପିଲାମାନଙ୍କୁ ଖାଦ୍ୟ ସହ ଖୁସି ଭରିବା ମହତ କାର୍ଯ୍ୟକ୍ରମରେ ଟ୍ରଷ୍ଟି ବିଶିଷ୍ଟ ସମାଜସେବୀ ବିମଳ ଦାସ, ସମ୍ପାଦକ ପ୍ରିନ୍ସ ନନ୍ଦ, ସୁରଜ ବେହେରା,ବିକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ପାଦନ କରିଛନ୍ତି । ଆଗାମୀ ଦିପାବଳୀ ଉତ୍ସବ ନିଆରା ଢ଼ଙ୍ଗରେ ବିଭିନ୍ନ ଆଶ୍ରମ ପିଲା ମାନଙ୍କ ସହ ପାଳନ କରିବାକୁ ଟ୍ରଷ୍ଟି ଶ୍ରୀଯୁକ୍ତ ଦାସ ସମସ୍ତଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *