Friday , May 27 2022
Breaking News
Home / ବିଶେଷ / ମୁନିଗୁଡା  ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ମୁନିଗୁଡା  ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ମୁନିଗୁଡା, ୦୭/୧୦/୨୦୧୯ (ଓଡ଼ିଶା ସମାଚାର)-ମୁନିଗୁଡ଼ାରେ ଥିବା ଅଷ୍ଟମ ବାଟାଲିୟନ ସିଆରପିଏଫ ସେକେଣ୍ଡ କମାଣ୍ଡାଂଟ ରାମ ଅବତାର ଭାଲୋତିଆଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହିଦ ଲକ୍ଷ୍ମଣ ନାୟକ ବସ୍ ଷ୍ଟାଣ୍ଡରେ ପଡ଼ି ରହିଥିବା ଅଳିଆ ଗଦାକୁ ସଫା କରିବା ସହ ଥାନାରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ସଡ଼କର ଦୁଇ ପାଶ୍ୱର୍ ଯବାନ ସଫା କରିଥିଲେ । ତତ୍ ସହ ବସ୍ ଷ୍ଟାଣ୍ଡ ପରିସରରେ ଥିବା ଦୋକାନୀଙ୍କୁ ସ୍ୱଚ୍ଛ ଭାରତ ଉପରେ ବୁଝାଇ ଗାନ୍ଧି ଜୟନ୍ତୀ ପରଠାରୁ ଦୋକାନ ସମ୍ମୁଖରେ ଅଳିଆ ଆବର୍ଜନା ପକାଇଲେ ଦଣ୍ଡ ଦିଆଯିବ ବୋଲି ବୁଝାଇଥିଲେ । କାର୍ଯ୍ୟକ୍ରମରେ ଥାନା ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେଉରୀ, ଡେପୁଟି କମାଣ୍ଡାଂଟ କଦମସିଂ ଦଲାଲ, ଦଲବୀର ସିଂଙ୍କ ସମେତ ସମସ୍ତ ଯବାନ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭତା ଅପେକ୍ଷାରେ ରୋଗଗ୍ରସ୍ତ ବାପ ଓ ଝିଅ

କେନ୍ଦ୍ରାପଡ଼ା, ୨୬/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଆୟବା ଗ୍ରାମର ରୋଗଗ୍ରସ୍ତ ବାପ ଓ ଝିଅ …

Leave a Reply

Your email address will not be published. Required fields are marked *