କୋରାପୁଟ, ୦୭/୧୦/୨୦୧୯ (ଓଡ଼ିଶା ସମାଚାର)- କୋରାପୁଟ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ବରିଷ୍ଠ ନାଗରିକ ଆସ୍ଥାନ ସଭାଗୃହରେ ବରିଷ୍ଠ ନାଗରିକ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି ଅବସରରେ ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଓ ଦୌରାଜଜ ଅଜୟକୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ସଭା ଆୟୋଜିତ ହୋଇଥିଲା । ଅନ୍ୟ ଅତିଥିଙ୍କ ମଧ୍ୟରେ ବରିଷ୍ଠ ଦେୱାନୀ ବିଚାରପତି ହୃଷିକେଶ ସାହୁ, ବରିଷ୍ଠ ଦେୱାନୀ ବିଚାରପତି ଅରୂପ ନାୟକ, ଦ୍ୱିତୀୟ ଶ୍ରେଣୀର ବିଚାର ବିଭାଗୀୟ ଦଣ୍ଡାଧିକାରୀ ରୋଶନିବାଳା ସେନାପତି, ସ୍ୱତନ୍ତ୍ର ବିଚାର ବିଭାଗୀୟ ଦଣ୍ଡାଧିକାରୀ ଗୟାଧର ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ନିହାରରଞ୍ଜନ ପଟ୍ଟନାୟକ, କୋରାପୁଟର ପୂର୍ବତନ ଜିଲାପାଳ ତଥା କୋରାପୁଟ ବରିଷ୍ଠ ନାଗରିକ ଆସ୍ଥାନର ମୁଖ୍ୟ ଗଦାଧର ପରିଡା ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ନିମିତ ବିଭିନ୍ନ ଯୋଜନାମାନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ରବି ଶତପଥୀ ମଂଚ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର