କାଶୀପୁର, ୦୭/୧୦/୨୦୧୯ (ଓଡ଼ିଶା ସମାଚାର)- କାଶୀପୁର ବ୍ଲକୟ ଟିକିରିରେ ପ୍ଲାଷ୍ଟିକ ବର୍ଜନ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଟିକିରି ବିକାଶ ପରିଷଦ ପକ୍ଷରୁ ଆୟୋଜିତ ରାଲିରେ ସ୍ଥାନୀୟ ମର୍ଣ୍ଣିଂ ଗ୍ଲୋରୀ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇ ପ୍ଲାଷ୍ଟିକ ବର୍ଜନ ନେଇ ଲୋକଙ୍କୁ ସଚେତନ କରାଇଥିଲେ । ବିକାଶ ପରିଷଦର ସଦସ୍ୟ ଓ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ଼ ଧରି ସ୍ଥାନୀୟ ହାଟପଦା ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାଲି କରିଥିଲେ । ସେହିପରି ପ୍ଲାଷ୍ଟିକ ବର୍ଜନ ପାଇଁ ପୁଲିସ ଥାନା ଓ ବଣିକ ସଂଘର କର୍ମକର୍ତାଙ୍କୁ ଦାବିପତ୍ର ଦିଆଯାଇଛି । ଆବାହକ ନିରଞ୍ଜନ ନାୟକ, କାମେଶ୍ୱର ସାହୁ, ପଂଚାନନ ସାହୁ, ଶ୍ରୀଧର ପାଣିଗ୍ରାହୀ, ଲିଙ୍ଗରାଜ ସାହୁ, ପବ୍ଲିକ ସ୍କୁଲର ଅଧ୍ୟକ୍ଷ ହର୍ଷାନନ୍ଦ ସାଲବା, ଶୁଭଶ୍ରୀ ପି୍ରୟଦର୍ଶନୀ, ସ୍ୱର୍ଣ୍ଣଲତା, ଦମୟନ୍ତୀ ସହିତ ଅନ୍ୟମାନେ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର