ବାଲେଶ୍ୱର, ୦୭/୧୦/୨୦୧୯ (ଓଡ଼ିଶା ସମାଚାର)-ସଂପ୍ରତି ବାଲେଶ୍ୱରରଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନବି.ଏ.ଡି.ସି ଆନୁକୂଲ୍ୟରେ ଦିବ୍ୟାଙ୍ଗ ମହିଳା ଓ ବାଳିକାମାନଙ୍କୁ ଦକ୍ଷତା ବିକାଶ ନିମନ୍ତେରୋଜଗାର ଓ ଆତ୍ମନିର୍ଭରଶୀଳ ପାଇଁ ବିୟୁଟି ପାର୍ଲର ଓ ମେହେନ୍ଦି ଟ୍ରେଡ ବିଷୟରେଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ବାଲେଶ୍ୱରଜିଲ୍ଲାରୁ ମୂକବଧିର, ଶାରୀରିକ ଭିନ୍ନକ୍ଷମ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।ଏହି ଟ୍ରେନିଂ କାର୍ଯ୍ୟକ୍ରମ ସମୟ ମଧ୍ୟରେ ଉଦ୍ୟାପନ ଉତ୍ସବରେ ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ସାବିତ୍ ଯୋଗ ଦେଇ ଟ୍ରେନିଂର ଉପକାରିତା ଓବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ବି.ଏ.ଡି.ସି ସାମାଜିକ ସଂସ୍ଥାଏପରି ଆୟୋଜନ କରିଥିବାରୁ ପ୍ରଶଂସା କରିଥିଲେ । ଏହି ତାଲିମ କାର୍ଯାକ୍ରମରେମହିଳାମାନଙ୍କୁ ମୌଖିକ ଓ ପ୍ରାକ୍ଟିକାଲ ଟ୍ରେନିଂ ପ୍ରଦାନ କରାଯାଇଥିଲା । ଏହି ତାଲିମକାର୍ଯ୍ୟକ୍ରମରେ ବିୟୁଟି ପାର୍ଲର ଟ୍ରେଡରେ ୫୦ ଜଣ ଦିବ୍ୟାଙ୍ଗ ଓ ମେହେନ୍ଦି ଟ୍ରେଡରେ୫୦ ଜଣ ଦିବ୍ୟାଙ୍ଗ ମହିଳା ଟ୍ରେନିଂ ନେଇଥିଲେ । ଏହି ଟ୍ରେନିଂ କାର୍ଯ୍ୟକ୍ରମ ଓଡିଶାସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ଦ୍ୱାରା ଅନୁମୋଦିତ ହୋଇଥଲା ।ଏଥିରେ ଟ୍ରେନର ଭାବେ ଶୁଭଲକ୍ଷ୍ମୀ ପାଣିଗ୍ରାହୀ ଓ ଅନିତା ହାତୀ ତାଲିମ କାର୍ଯ୍ୟକ୍ରମକୁପରିଚାଳନା କରିଥିବା ବେଳେ ଭାଗବତ ପ୍ରଧାନ ସହଯୋଗ କରିଥିଲେ । ପରବର୍ତୀ ସମୟରେବିଦ୍ୟୁତ୍ ମରାମତି, ଏସି ମେସିନ୍ ମରାମତି ଟ୍ରେଡରେ ଦିବ୍ୟାଙ୍ଗ ପୁରୁଷମାନଙ୍କୁ ଟ୍ରେନିଂ ପ୍ରଦାନକରାଯିବ ବୋଲି ସଂପାଦକ ଗୋପାଳକୃଷ୍ଣ କର ସୂଚନା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର