Sunday , October 17 2021
Breaking News
Home / ବିଶେଷ / କେନ୍ଦ୍ରାପଡାରେ ଦୂର୍ଗାପୂଜା ମହାସମାରୋହରେ ପାଳିତ

କେନ୍ଦ୍ରାପଡାରେ ଦୂର୍ଗାପୂଜା ମହାସମାରୋହରେ ପାଳିତ

କେନ୍ଦ୍ରାପଡା,୦୭/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହର ଓ ଏହାର ଆଖପାଖ ଅଂଚଳରେ ଦୂର୍ଗତୀ ନାଶିନୀ ମା ଦୁର୍ଗାଙ୍କର ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ସହରର ମହିପାଳ, ମଢିଆଳ, ବଳଗଣ୍ଡି, ଇଛାପୁର ସମେତ ଦୁହୁରିଆ କଷୋଟି ଏବଂ ବାରୋ ପଂଚାୟତର ସିଦ୍ଧମଠରେ ଜବତ ଜନନୀ ମା’ଦୁର୍ଗାଙ୍କର ମୃଣ୍ମୟୀମୂର୍ତି ଶୋଭାପାଉଥିବାର ଦେଖାଯାଇଛି । ଷଷ୍ଠିରେ ମା’ଙ୍କୁ ବେଲ୍ୱବରଣୀ କରାଯିବା ପରେ ସପ୍ତମୀ ପୂଜା ଓ ଅଷ୍ଟମୀ ହୋମ କରାଯାଇ ନବମୀ ପୂଜା କରାଯାଇଛି । ଆଜି ଦଶମୀରେ ମା’ଙ୍କୁ ପୂଜା କରାଯାଇ ହୋମଯଜ୍ଞ ସହ ପବିତ୍ର ଦଶହରା ପର୍ବ ପାଳନ କରାଯିବ । ଉପରୋକ୍ତ ସ୍ଥାନ ଗୁଡିକରେ ମା’ଙ୍କ ମେଢ ପାଖରେ ପ୍ରବଳ ଭିଡ ଜମିଥିବାର ଦେଖାଯାଇଛି । ସହର ଉପକଣ୍ଠ ଜମଧର ପଂଚାୟତର କଷୋଟି ଗ୍ରାମରେ ମା’ଥାନପତି ଦୂର୍ଗାଙ୍କ ପୀଠରେ ମହାଆଡମ୍ବରରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ଅଷ୍ଟମୀ ତିଥିରେ ସେଠାରେ ପ୍ରବଳ ଜନଗହଳି ହୋଇଥିବାର ଦେଖାଯାଇଥିଲା । ଆଜକୁ ୧୧ବର୍ଷତଳେ କଷୋଟିରେ ମା’ ଦୁର୍ଗାଙ୍କର ପୂଜା ଆରମ୍ଭ ହୋଇଥିଲା । ମା’ଙ୍କ ପୂଜା ଅର୍ଚ୍ଚନାରେ ପଣ୍ଡିତ ମନ୍ମଥ ମିଶ୍ର ବେଦଧ୍ୱନୀ କରି ମା’ଙ୍କୁ ଆମନ୍ତ୍ରିତ କରିଛନ୍ତି । ଅଷ୍ଟମୀ ବ୍ରତ ନିମନ୍ତେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲଖିତ ହୋଇଥିବାରୁ କମିଟି ପକ୍ଷରୁ ଶାନ୍ତିକମିଟି ଗଠନ କରାଯାଇ ଭିଡକୁ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ପରମ୍ପରା ଅନୁଯାଇ ମା’ଙ୍କ ପୂଜା ସପ୍ତମୀ,ଅଷ୍ଟମୀ,ନବମୀ ଓ ଦଶମୀରେ କରାଯାଉଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଥିବା ବେଳେ ସୋମବାର ସାଇଡ୍ୟାନ୍ସଗ୍ରୁପ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । କମିଟି ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ମା’ଙ୍କ ଆଶିର୍ବାଦ ଲାଭପାଇଁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର

                                      ମହିପାଳ
ମଢିଆଳ
                                    କଷୋଟି
ବାରୋ ସିଦ୍ଧମଠ
                           ବଳଗଣ୍ଡି

About admin

Check Also

ଅଭିନବରେ ଦଶହରା – ୧୦ ମା’ଙ୍କୁ ସହାୟତା

ଭୁବନେଶ୍ୱର, ଭୁବନେଶ୍ୱର,୧୭/୧୦/୨୦୨୧(ଓଡ଼ିଶା ସମାଚାର)- ଦଶହରାରେ ୧୦ଜଣ ମା’ଙ୍କୁ ସହାୟତା କରିଥିଲ ଆଦିତ୍ୟ ଫାଉଣ୍ଡେସନ୍ । ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ର ଏହି …

Leave a Reply

Your email address will not be published. Required fields are marked *