କେନ୍ଦ୍ରାପଡା୦୭/୧୦/୨୦୧୯ (ଓଡ଼ିଶା ସମାଚାର)-ବୀରୂପା ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଇନ୍ଦୁପୁରସ୍ଥିତ ବୀରୂପା ନଦୀପାର ହେଉଥିବା ସମୟରେ ରବିବାର ଅପରାହ୍ନରେ ଏକ ଗାଈର ଲାଙ୍ଗୁଡ ଧରି ନଦୀରେ ପହଁରି ପାର ହେଉଥିବା ସମୟରେ ନିକିରାଇ ଥାନା ଅନ୍ତର୍ଗତ ହାବେଳି ଗ୍ରାମର ମିଟୁନା ଓରଫ ସର୍ବେଶ୍ୱର ଜେନା(୪୫)ଙ୍କୁ ଏକ କୁମ୍ଭୀର ଆକ୍ରମଣ କରିଥିଲା । ନଦୀରେ କମପାଣି ଥିବାରୁ ଶ୍ରୀ ଜେନା କୁମ୍ଭୀର ସହିତ ଲଢି ଗୁରୁତର ଆହତ ଅବସ୍ଥାରେ ନଦୀପାଣିରୁ ଉପରକୁ ପଳାଇ ଆସିଥିଲେ । ଶ୍ରୀ ଜେନାଙ୍କୁ କୁମ୍ଭୀର କାମୁଡି ଦେବାରୁ ତାଙ୍କର ଉଭୟ ଗୋଡରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କୁ ପ୍ରଥମେ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ପରେ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି କରାଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର