Friday , September 29 2023
Breaking News
Home / ବିଶେଷ / ଅର୍ଥ ଉନ୍ନୟନ ନିଗମ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନୂତନ ଆମୁଲାନ୍ସ ପ୍ରଦାନ

ଅର୍ଥ ଉନ୍ନୟନ ନିଗମ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନୂତନ ଆମୁଲାନ୍ସ ପ୍ରଦାନ

ବାରିପଦା, ୦୭/୧୦/୨୦୧୯ (ଓଡ଼ିଶା ସମାଚାର)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବନାଂଚଳ ଜନସାଧାରଣଙ୍କୁ ଜରୁରୀ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଭାରତ  ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପରିଚାଳିତ, ଜାତୀୟ ଅନୁସୂଚୀତ ଜନଜାତି ଅର୍ଥ ଉନ୍ନୟନ ନିଗମ (ସିଏସ୍ଆର୍ ପାଣ୍ଠି) ଆର୍ଥିକ ସହାୟତାରେ ଏକ ନୂତନ ଆମ୍ବୁଲାନ୍ସ ଗାଡି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ କୁ  ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜାତୀୟ ଅନୁସୂଚୀତ ଜନଜାତି ଅର୍ଥ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଧେଶକ ଅସିତ ଗୋପାଳ ମୟୂରଭଞ୍ଜ ଜିଲ୍ଲାର ବିଶେଷ କରି ଶିମିଳିପାଳ ବନାଂଚଳର ଗୁଡୁଗୁଡିଆ, ଅସ୍ତକୁଆଁର, ବରେହୀପାଣୀ ଗ୍ରାମପଂଚାୟତର ଜନସାଧାରଣଙ୍କୁ ଜରୁରୀ କାଳିନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଭା.ପ୍ର.ସେ. ଏବଂ ସିଡିଏମ୍ଓ ଡ.ପ୍ରଦୀପ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରୀତ ପୂର୍ବକ ଉକ୍ତ ନୂତନ ଆମ୍ବୁଲାନ୍ସ ଗାଡି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରଥିଲେ । ସୂଚନା ଯୋଗ୍ୟ ଏହି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ୱାବଧାନରେ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ଗୁଡୁଗୁଡିଆ, ଅସ୍ତକୁଆଁର ଓ ବରେହୀପାଣି ଗ୍ରାମପଂଚାୟତ ଅଂଚଳରେ ବିଶେଷ କରି ଗର୍ଭବତୀ, ପ୍ରସୂତି ମା’ ଓ ଶିଶୁ ତଥା ସଂପୃକ୍ତ ଅଂଚଳର ଜନସାଧାରଣଙ୍କୁ ଦୈନଦିନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏହି ଆମ୍ବୁଲାନ୍ସ ସେବା କାର୍ଯ୍ୟକରିବ ଏବଂ ଏହାଦ୍ୱାରା ଉକ୍ତ ଅଂଚଳର ଜନସାଧାରଣ ବେଶ ଉପକୃତ ହୋଇପାରିବେ । ଉକ୍ତ ଆମ୍ବୁଲାନ୍ସ ଗାଡି ପ୍ରଦାନ କାର୍ଯ୍ୟକ୍ରମରେ ଜାତୀୟ ଅନୁସୂଚୀତ ଜନଜାତି ଅର୍ଥ ଉନ୍ନୟନ ନିଗମର ଡେପୁଟି ମେନେଜର ପ୍ଲାନିଙ୍ଗ ଇଭାଲୁଏସନ୍ (ସିଏସଆର୍) ବିସ୍ମିତା ଦାସ ଓ ଡେପୁଟି ଜୋନାଲ ମେନେଜର ପ୍ରମୁଖ ସମେତ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଡିପିଏମ୍, ଏନ୍ଏଚଏମ୍, ଅନୀଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଏବଂ ସଂପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *