Friday , October 29 2021
Home / ତାଜା ଖବର / ଗୋଷ୍ଟି ସଂଘର୍ଷରେ ଜଣେ ମୃତ, ୨ ଆହତ

ଗୋଷ୍ଟି ସଂଘର୍ଷରେ ଜଣେ ମୃତ, ୨ ଆହତ

ପୁରୀ,୦୬/୧୦/୨୦୧୯ (ଓଡ଼ିଶା ସମାଚାର)- ପୁରୀ ଜିଲା ଅଧିନସ୍ଥ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଠତିସାହିରେ ବାପ ସାମ୍ନାରେ ପୁଅକୁ ହତ୍ୟା କରାଯାଇଛି । ଏହାର ପ୍ରତିବାଦ କରିବାକୁ ଯାଇ ବାପା ଓ ଅନ୍ୟ ଜଣେ ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଗୋଷ୍ଟି ବିବାଦକୁ ନେଇ ଗତକାଲି ରାତିରେ ଏହି ଘଟଣା ଘଙ୍କିଛି । ମୃତକ ହେଉଛନ୍ତି ଦିଲିପ ସ୍ୱାଇଁ । ଆହତ ୨ ଜଣଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଛି । ଦିଲିପ ଙ୍କ ପରିବାର ଭୁବନେଶ୍ୱରରେ ରହନ୍ତି । ତାଙ୍କ ବଡ଼ବାପାଙ୍କ ଦଶାହ ରେ ଯୋଗଦେବାକୁ ପରିବାର ସହ ଗାଁ କୁ ଆସିଥିଲେ । ତାଙ୍କ ପରିବାର ସହିତ ଅନ୍ୟ ଏକ ପରିବାରର ବିବାଦ ଥିଲା । ଗତକାଲି ଏହି ବିବାଦକୁ ସମାଧାନ କରିବାକୁ ଉଦ୍ୟମ ହୋଇଥିଲା କିନ୍ତୁ ତାହା ଓଲଟା ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଦିଲିପ୍ ଙ୍କ ବାପା ସାଧୁ ସ୍ୱାଇଁ ଙ୍କୁ ଅତର୍କିତ ଭାବେ ଆକ୍ରମଣ କରାଯାଇଥିଲା । ଏ ଖବର ଶୁଣି ବିପିନ ମୁଦୁଲି ଓ ଦିଲିପ ସେଠାରେ ପହଂଚିଥିଲେ । ତାଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଥିଲା । ବିପିନ ତଳେ ପଡ଼ିଯାଇଥିବାବେଳେ ତାଙ୍କ ୁପରେ କାର ଚଢ଼ାଇ ଦେଇଥିଲେ । କାର ଓ ଏକ ଛୁରୀ ଛାଡ଼ି ସେମାନେ ପଳାଇଯାଇଥିଲେ । ୩ ଜଣ ଙ୍କୁ ହସପିଟାଲ ରେ ଭର୍ତି କରାଯାଇଥିଲା । ହସପିଟାଲ ରେ ଦିଲିପ ର ମୃତ୍ୟୁ ହୋଇଥିଲା । ଆଜି ସକାଳୁ ଲୋକମାନେ ଦିଲିପଙ୍କ ମୃତ୍ୟୁ କୁ ନେଇ ରାସ୍ତା ଅବରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗୃହ ନିର୍ମାଣ ପାଇଁ ପଦ୍ମଚରଣଙ୍କୁ ସହଯୋଗର ହାତ ବଢାଇଲା ବ୍ଲକ ପ୍ରଶାସନ

କେନ୍ଦ୍ରାପଡ଼ା, ୨୮/୧୦/୨୦୨୧(ଓଡ଼ିଶା ସମାଚାର)-ଗତ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବଣହରା ଗ୍ରାମର …

Leave a Reply

Your email address will not be published. Required fields are marked *