Saturday , October 16 2021
Breaking News
Home / ବିଶେଷ / କେନ୍ଦୁପାଟଣା ସାର୍ବଜନୀନ ଦୁର୍ଗାପୂଜା ମହାଆଡ଼ମ୍ବରରେ ପାଳିତ ହୋଇଛି

କେନ୍ଦୁପାଟଣା ସାର୍ବଜନୀନ ଦୁର୍ଗାପୂଜା ମହାଆଡ଼ମ୍ବରରେ ପାଳିତ ହୋଇଛି

ନିଶ୍ଚିନ୍ତକୋଇଲି, ୦୬/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) – କେନ୍ଦୁପାଟଣା ପଂଚାୟତ ଚିତ୍ରୋତ୍ପଳା ନଦୀ ତଟରେ ୧୯୯୬ ମସିହାରୁ ପ୍ରତିଷ୍ଠିତ ଚିତ୍ରୋତ୍ପଳା ସାର୍ବଜନୀନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଅଷ୍ଟବିଂଶଭୂଜା ଦୁର୍ଗାଙ୍କ ପୂଜା ଉତ୍ସବ ମହାଆଡ଼ମ୍ବରରେ ସପ୍ତମୀ ଦିନ ଠାରୁ ଆରମ୍ଭ ହୋଇ ୮ ତାରିଖ ବିଜୟା ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ୬ ତାରିଖ ପୂର୍ବାହ୍ନରୁ ଅଷ୍ଟମୀ ପୂଜା , ପଣାହାଣ୍ଡି, ବଳିଦାନ ଓ ବ୍ରତ ପୂଜା ଅନୁଷ୍ଠିତ ହେବ । ୭ ତାରିଖରେ ନବମୀ ଓ ୮ ତାରିଖରେ ଦଶମୀ ପୂଜା , ଘଟବିସର୍ଜନ ସହ ଦଶହରା ଉପଲକ୍ଷେ ମା’ଙ୍କ ନିକଟରେ ଲାଗି ହୋଇଥିବା ମଣ୍ଡାପିଠା , ଦହିପଖାଳ ଓ ଚରୁଅନ୍ନ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଂଟନ ହେବାର ବିଧିରହିଛି । ଏଡି ଉପଲକ୍ଷେ ମେଲୋଡ଼ି, ଆତସବାଜି ଓ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା କର୍ମକର୍ତାମାନେ ପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଭାପତି ଡ଼ା ରାଧାନାଥ ଭୂୟାଁ, ସଂପାଦକ ନିରଂଜନ ଭୂୟାଁ, ଉପ-ସଭାପତି ଯଚିନ୍ଦ୍ରନାଥ ଜେନା, ସହ-ସଂପାଦକ  ଚନ୍ଦ୍ରମଣି କବି, କୋଷଶଧ୍ୟକ୍ଷ ଚତୁର୍ଭୂଜ ମଲ୍ଲ, ସହ-କୋଷାଧ୍ୟକ୍ଷ ଗଣେଶ୍ୱର ମଲ୍ଲ, ସଦସ୍ୟ ଧୀରେନ୍ଦ୍ର ନାଥ ଶତପଥୀ, ସୋମନାଥ ବେହେରା, ଯଦୁନାଥ ଭୂୟାଁ, ଲିଙ୍ଗରାଜ ଭୂୟାଁ, ରମେଶ ଦାସ, ବିବେକାନ୍ଦ ବେହେରା,ଯଚିନ୍ଦ୍ରନାଥ ଭୂୟାଁ, ଦିଗମ୍ବର ଭୂୟାଁ, କର୍ତା ଅଭିରାମ ସାହୁ, ଲିପୁ ମଲ୍ଲ, ଚନ୍ଦ୍ର ଶେଖର ମଲ୍ଲ, କେଶବ ଶତପଥୀ, ରବିନ୍ଦ୍ର ସାହୂ, ନିଗମାନନ୍ଦ ମଲ୍ଳ ପ୍ରମୁଖ ଅକୁଣ୍ଠ ସହଯୋଗ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ଏହି ଦୁର୍ଗାପୂଜା ଉସôବ ଅନୁଷ୍ଠିତ ହେଉଅଛି । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *