Sunday , October 24 2021
Breaking News
Home / ବିଶେଷ / ୱାଇଏମସି ପକ୍ଷରୁ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉସôବ ପାଳିତ

ୱାଇଏମସି ପକ୍ଷରୁ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉସôବ ପାଳିତ

ଭୁବନେଶ୍ୱର,୦୫/୧୦/୨୦୧୯ ( ଓଡ଼ିଶା ସମାଚାର)- ୱାଇଏମସି ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ର ୧୫୦ତମ ଜୟନ୍ତୀ ଉସôବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସମଗ୍ର ମାନବ ସମାଜ ପାଇଁ ମହାତ୍ମା ଗାନ୍ଧୀ ଶାନ୍ତି, ପ୍ରୀତି, ସତ୍ୟ ଓ ଅହିଂସା ର ଅମ୍ଲାନ ଆଲୋକ ବର୍ତିକା ବୋଲି ଆୟୋଜିତ ଏହି ୧୫୦ତମ ଉସôବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ୱାଇଏମସିର ସାଧାରଣ ସଂପାଦକ ସୁଧାଂଶୁ ଶେଖର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ କର୍ମଶାଳା ଶୀର୍ଷକ ବର୍ତମାନ ସମୟରେ ଅହିଂସା ଉପରେ ବକ୍ତାମାନେ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ପ୍ରାୟ ଦେଢଶହରୁ ଉଦ୍ଧ୍ୱର୍ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେମାନଙ୍କର ମତ ସାବ୍ୟସ୍ତ କରିବା ସହ କେବଳ ଦେଶରେ ନୁହେଁ ବିଶ୍ୱରେ ଶାନ୍ତି କିପରି ଫେରି ଆସିବ ସେଥିପାଇଁ ପ୍ରଚେଷ୍ଟା କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ୱାଇଏମସିର ସାଧାରଣ ସଂପାଦକ ଶ୍ରୀ ନାୟକ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଶ୍ୱରେ କିଭଳି ଶାନ୍ତି ଓ ଭାତୃତ୍ୱ ଭାବପରିଲକ୍ଷିତ ହେବ ସେ ସଂପର୍କରେ ଆଲୋକପାତ କରିଥିଲେ । କର୍ମଶାଳାରେ ବୁଦ୍ଧିଜିବୀମାନଙ୍କର ସୁଚିନ୍ତିତ ବକ୍ତବ୍ୟ ତଥା ଦେଶ ଓ ବିଶ୍ୱ ଗଠନରେ ଗାନ୍ଧିଜୀଙ୍କ ଅହିଂସାନୀତିକୁ ଆପଣାଇବାକୁ ସମସ୍ତେ ଚିନ୍ତାପ୍ରକଟ କରିବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାଇଏମସିର ଅଚୁ୍ୟତ ରାଉତ, ପ୍ରତୀମା ଦିଗାଲ ଓ ବହୁ ସ୍ୱେଚ୍ଛାସେବୀ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *