Thursday , May 26 2022
Breaking News
Home / ବିଶେଷ / ୫ ନବାଗତ ଆଇଏଏସ୍ ଙ୍କୁ ମିଳିଲା ନିଯୁକ୍ତି

୫ ନବାଗତ ଆଇଏଏସ୍ ଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର,୦୫/୧୦/୨୦୧୯ (ଓଡ଼ିଶା ସମାଚାର)- ଆଇଏଏସ କ୍ୟାଡ଼ରର ବରିଷ୍ଠ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ବଦଳି କରାଯାଇଛି । ସେ ବର୍ତମାନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିଲେ । ତାଙ୍କ ସ୍ଥାନରେ ଅନ୍ୟତମ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀ ଲୋହାନୀ ରାଜ୍ୟ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ପଦବୀରେ ଅଛନ୍ତି । ଅନ୍ୟପକ୍ଷରେ ଆଇଏଏସ୍ ଟ୍ରେନିଂରୁ ଫେରିଥିବା ୨୦୧୭ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କୁ ଓମଫେଡ଼ ସଂସ୍ଥାର ସିଜିଏମ୍ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପି.ଅନଭେସ ରେଡ଼ିଙ୍କୁ ରାଜ୍ୟ ଖଣି ନିଗମର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଦିବାକର ଟି.ଏସଙ୍କୁ ରାଜଧାନୀରେ ଥିବା ଓଳାକ୍ ସଂସ୍ଥାର ଓଏସଡ଼ି ଏବଂ ହେମକାନ୍ତ ସାଏଙ୍କୁ ଓଟିଡ଼ିସିର ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଧେଶକ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *