Wednesday , December 8 2021
Home / ବିଶେଷ / ଶିଶୁପୁତ୍ରର ଚିକିତ୍ସା  ପାଇଁ ଅର୍ଥ ସାଜିଛି ବାଧକ

ଶିଶୁପୁତ୍ରର ଚିକିତ୍ସା  ପାଇଁ ଅର୍ଥ ସାଜିଛି ବାଧକ

ସାଲେପୁର,୦୫/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା) -ଜଣେ ୭ବର୍ଷର ଶିଶୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏବେ ନିଜ କୁଡ଼ିଆ ଘରେ ଡହଳ ବିକଳ ହେଉଥିବାବେଳେ ମା’ବାପ ଆଖିରୁ ଖାଲି ଲୁହ ଝରାଇ ଭାଗ୍ୟକୁ ଆଦରି ଭଗବାନଙ୍କୁ ଭରସା କରି ଦିନ କାଟୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ରୋଗାଗ୍ରସ୍ତ ଗରିବ ଲୋକମାନଙ୍କର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନେଉଥିବାବେଳେ ଏହି ଶିଶୁଟି ପାଇଁ ସରକାରୀ ଯୋଜନା ସାତସପନ ପରି ମନେ ହେଉଛି । ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମର ଦୋଳଗୋବିନ୍ଦ ଦତ ଓ ଦମୟନ୍ତୀ ଦତଙ୍କର ଏକମାତ୍ର ପୁତ୍ର ଚନ୍ଦନ ଦତ(୭) ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ନିଜ ଘରେ ଦିନ କାଟୁଛି । ପିଲାଟି ଜନ୍ମ ସମୟରେ ତାକୁ ଜଣ୍ଡିସ୍ ରୋଗ ହୋଇଥିଲା । ଉକ୍ତ ଦିନ ଠାରୁ ଅଦ୍ୟାବଧି ପିଲାଟିର ଶରୀରର ବିଭିନ୍ନ ଅଙ୍ଗ ଧନୁ ଭଳି ବଙ୍କା ହୋଇଯିବାବେଳେ ପିଲାଟିର ହାତ ଗୋଡ଼ ସରୁ ହୋଇଯାଉଛି । ଏହାନେଇ ନିଜର ଜାଗାବାଡ଼ି ବିକିବା ସହ ଘରେ ଥିବା ସମସ୍ତ ଅଳଂକାର ବିକ୍ରି କରି ପୁତ୍ରର ଚିକିତ୍ସା ପାଇଁ ଖର୍ଚ୍ଚ କରିଥିଲେ ମଧ୍ୟ ଅଦ୍ୟାବଧି ପୁତ୍ରର ରୋଗ ଭଲ ହେଉନାହିଁ । ପୁଅର ଚିକିତ୍ସା ସହାୟତା ପାଇଁ ବାପ-ମା’ ସ୍ଥାନୀୟ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ଶେଷରେ ନିରାଶ ହୋଇ ବାପ-ମା’ ଭାଗ୍ୟକୁ ଆଦରି  ଦିନ କାଟୁଛନ୍ତି । ଦୋଳଗୋବିନ୍ଦ ଜଣେ ଦିନ ମଜୁରୀଆ ହୋଇଥିବାବେଳେ ପୁଅର ଚିକିତ୍ସା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକତା ହେଉଥିବାରୁ ଏହି ଅର୍ଥ ଯୋଗାଡ଼ କରିବାରେ ସେ ସକ୍ଷମ ହୋଇପାରୁନାହାଁନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କ ପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରନ୍ତେ, ତେବେ ଶିଶୁଟି ରୋଗମୁକ୍ତ ହୋଇପାରନ୍ତା । ଯଦି କୌଣସି ବ୍ୟକ୍ତି ଏହି ଶିଶୁଟିର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ମୋବାଇଲ୍ ନଂ୮୩୩୯୦୫୨୭୧୬ରେ  ଯୋଗାଯୋଗ କରିବା ସହ ଷ୍ଟେଟ୍ ବ୍ୟାଙ୍କ୍ ଆକାଉଂଟ୍ ନଂ-୩୫୮୩୫୩୮୪୪୭୬, ଆଇ.ଏଫ୍.ଏସ୍.ସି.- ଏସ.ବି.ଆଇ.ଏନ୍.୦୦୦୮୦୮୯ରେ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀମାନେ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *