କେନ୍ଦ୍ରାପଡା ୦୪/୧୦/୨୦୧୯ (ଓଡ଼ିଶା ସମାଚାର)-ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ଶାଖା ଆନୁକୁଲ୍ୟରେ ସ୍ଥାନୀୟ ଗୈାରୀଶଙ୍କର ହୋଟେଲ ପରିସରରେ ବ୍ୟାଙ୍କର ଗ୍ରାହକମାନଙ୍କୁ ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଂ ସମ୍ପର୍କରେ ସଚେତନ କରିବା ନିମିତ ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟୀ ଜେନେରାଲ ମ୍ୟାନେଜର (ଡିଜିଏମ)ରାମଚନ୍ଦ୍ର ଭୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ଭାରତୀୟ ଷ୍ଟେଟବ୍ୟାଙ୍କର ଯାଜପୁରସ୍ଥିତ ଆଂଚଳିକ କାର୍ଯ୍ୟାଳୟର ଆଂଚଳିକ ପ୍ରବନ୍ଧକ ପ୍ରବୀର ଚନ୍ଦ୍ର ସାହୁ, ବ୍ୟାଙ୍କିଙ୍ଗ ଆମ୍ବୁଡ୍ସମ୍ୟାନ କାର୍ଯ୍ୟାଳୟର ମ୍ୟାନେଜର ଶୁଭାଂଶୁ ଷଡଙ୍ଗୀ, ନାବାର୍ଡର ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଶତାଧିକ ଗ୍ରାହକମାନଙ୍କୁ ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଂ ସିଷ୍ଟମରେ କିଭଳି ଅନଲାଇନରେ ଅର୍ଥ କାରବାର ନିରାପଦରେ କରିପାରିବେ,ଡେବିଟ କାର୍ଡ ବ୍ୟବହାର କରି ବ୍ୟାଙ୍କ ଏ.ଟି.ଏମ.ରୁ ଅର୍ଥ ଉଠାଣ ସମୟରେ କେଉଁ କେଉଁ ସତର୍କତା ଅବଲମ୍ବନ କରିବେ,ଇଂଟରନେଟ ବ୍ୟାଙ୍କିଙ୍ଗ ଯୋଗେ ଅର୍ଥ ଟ୍ରାନ୍ସଫର କରୁଥିଲେ ନିଜର ୟୁଜର ଆଡି ଓ ପାସୱାର୍ଡକୁ ବାରମ୍ବାର କିଭଳି ବଦଳାଇବେ, ଇଂଟରନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ଯୋଗେ ଅର୍ଥ କାରବାର ପରେ ସାଇଟ ଲଗଆଉଟ କରିବା ସହ ଭରଚୁଆଲ କି ବୋର୍ଡ ସର୍ବଦା ବ୍ୟବହାର କରିବା,ନିଜର ଏ.ଟି.ଏମ.ପିନକୁ ବାରମ୍ବାର ବଦଳାଇବା,ଫୋନ ଯୋଗେ ନିଜ ବ୍ୟାଙ୍କ ଆକାଉଂଟ ସମ୍ପର୍କୀତ କୈାଣସି ତଥ୍ୟ ପ୍ରଦାନ ନକରିବା,ବ୍ୟାଙ୍କ ଲୋକପାଳଙ୍କୁ କିଭଳି ବ୍ୟାଙ୍କ ସମ୍ପର୍କୀତ ସମସ୍ୟାର ସମାଧାନ ନିମନ୍ତେ ଅଭିଯୋଗ କରିବେ ଏବଂ ବ୍ୟାଙ୍କ ଆକାଉଁଟରୁ କୈାଣସି ପରିସ୍ଥିତିରେ ଆକାଉଂଟଧାରୀଙ୍କ ଅଗୋଚରରେ ଅର୍ଥ ଟ୍ରାନ୍ସଫର ହେଲେ କିମ୍ବା କଟିଗଲେ କିଭଳି ସେଙ୍ଗ ସେଙ୍ଗ ସେ ସମ୍ପର୍କରେ ନିଜର ଆକାଉଂଟଥିବା ବ୍ୟାଙ୍କ ଶାଖାକୁ ଜଣାଇବେ ସେ ସମ୍ପର୍କରେ ଉପସ୍ଥିତ ବ୍ୟାଙ୍କର ଗ୍ରାହକମାନଙ୍କୁ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡି.ଆଇ.ସି.ଜି.ଏମ. ସନ୍ତୋଷ ମିଶ୍ର,ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାର ଜିଲ୍ଲା ନୋଡାଲ ଅଧିକାରୀ ବନବିହାରି ଦାସ,ଏସ.ବି.ଆଇ.ମୁଖ୍ୟଶାଖାର ବରିଷ୍ଠ ସହାୟକ ସ୍ୱାଧୀନ ଦାଶଙ୍କ ସମେତ ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁନୁଲ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
Home / ବ୍ୟବସାୟ ବାଣିଜ୍ୟ / ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରାପଡାରେ ଗ୍ରାହକଙ୍କୁ ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଂ ସମ୍ପର୍କରେ ପ୍ରଶିକ୍ଷଣ ଶିବିର