ଗୋଇମୁଣ୍ଡ,୦୫/୧୦/୨୦୧୯ (ଓଡ଼ିଶା ସମାଚାର)- ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମ ଠାରେ ୪୩ ତମ ଦୁର୍ଗା ପୂଜା ଅବସରରେ ପଲ୍ଲୀ ବିକାଶ ୟୁଥ କ୍ଲବ ଏବଂ ଦୂର୍ଗା ପୂଜା କମିଟୀ ଆନୁକୂଳ୍ୟ ରେ ପାର୍ବଣ ଉସôବ “ଦଶରା” ଏକ ବର୍ଣ୍ଣାଢ୍ୟ ପରିବେଶ ରେ ପଂଚାୟତର ନାଏବ ସରପଂଚ ତଥା ଦୂର୍ଗାପୂଜା କମିଟୀ ସଭାପତି ଝସକେତନ ସାହୁ ଙ୍କସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୁବ ନେତା କଶ୍ୟପ ସରାଫ,ମୁଖ୍ୟ ବକ୍ତା ଭାବେ ସାହିତି୍ୟକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଡଃ ନାରାୟଣ ମିଶ୍ର,ଏବଂ ସମ୍ମାନିତ ଅତିଥି ଭାବେସମିତିସଭ୍ୟା ଙ୍କପ୍ରତିନିଧି ଉମେଶ ସିଂ ବର୍ମା,ଦୂର୍ଗାପୂଜା ମିଟୀ ଉପଦେଷ୍ଟା ମହିଧର ଭୋଇ,କ୍ଷିରୋଦ କୁମାର ସାହୁ,ଯ୍ୁବ ନେତା ଅକ୍ଷୟ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ । ଆରାଧ୍ୟ ଦେବୀ ମା ଦୂର୍ଗା ଙ୍କୁ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ଅତିଥି ପରିଚୟ ପ୍ରଦାନ ପରେ ମଂଚାସୀନ ଅତିଥି ଙ୍କୁ ମାଲ୍ୟାର୍ପଣ ଏବଂ ଉପଢୌକନ ଓ ବ୍ୟାଚ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କୁମାରୀ ମାମିନ ସାହୁ ଙ୍କ ସଂଯୋଜନା ରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା ।ଗାୟକ ରୋହିତ ଭୋଇ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ପରେ ସଭାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅସତ୍ୟ ଆଗରେ ସତ୍ୟ ର,ଅଧର୍ମ ଆଗରେ ଧର୍ମ ର ବିଜୟ ପାଇଁ ଓ ସଂସାର ରୁ ଦାନବ ପ୍ରକୃତି କୁ ବିନାଶ କରିବା ପାଇଁ ମାଁ ଙ୍କ ଆଗମନ । ସଂସାର ର ସୃଷ୍ଟି ସ୍ଥିତି ଓ ପ୍ରଲୟ ର ମୂଳ ମାତୃରୂପା ଶକ୍ତି । ସାମାଜିକ ଜୀବନ ସହ ସଂସ୍କୃତି ଜଡିତ । ଗାଁ ହିଁ ସଂସ୍କୃତି ର ମୂଳାଧାର ।ଗ୍ରାମ୍ୟ କଳା,ସଂସ୍କୃତି,ଐତିହ୍ୟ କୁ ବଂଚାଇ ପାରିଲେ ଗ୍ରାମ୍ୟ ସାମାଜିକ ଜୀବନ ସମୃଦ୍ଧ ହେବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଗାଁ ର ସ୍ୱର କୁ ଉପସ୍ଥାପିତ କରୁଥିବା ଗ୍ରାମାଂଚଳର ସାମ୍ବାଦିକ ଏବଂ ବିଶିଷ୍ଟ କଲା କ୍ଷେତ୍ର ରେ ଅବଦାନ ରହିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବେଙ୍ଗାମୁଣ୍ଡା ବ୍ଲକ ର ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ଙ୍କୁ “ଗାଁ ସାମ୍ବାଦିକ ଗୌରବ ସମ୍ମାନ”,ଗୋରେଖ ଭୋଇ ଙ୍କୁ “ଗାଁ କଳା ଗୌରବ ସମ୍ମାନ”,ବିନୋଦ ବିହାରୀ ସାହୁ ଙ୍କୁ “ଗାଁ କଳା ରନô ସମ୍ମାନ”,କଦମ୍ବ ମେହେର ଙ୍କୁ “ସ୍ୱର୍ଗତ ଭୀମସେନ ସାହୁ ସ୍ମୃତି ସମ୍ମାନ”ପ୍ରଦାନ ପୂର୍ବକ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ପୂଜ୍ୟ ପୂଜା ର ପରମ୍ପରା କୁ ବଜାୟ ରଖିବା ପାଇଁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମର ମାଟ୍ରିକ ପରୀକ୍ଷାରେ କୃତକାର୍ୟ୍ୟ ଲାଭ କରିଥିବା କୁମାରୀ ମାମିନ ସାହୁ,ବର୍ଷା ସାହୁ,ଗୀତାଞ୍ଜଳି ବାଗ,କିଷନ ସାହୁ,ମିହିର ସାହୁ,ଙ୍କୁ ସମ୍ମାନିତ କରାଯାଇଥିଲା । ଗାଁର ୧୫ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ଗ୍ରାମରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ଗ୍ରାମରେ ଆୟୋଜିତ ମୁରୁଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିବା ଚୁମକି ସାହୁ,ଚନ୍ଦନ ସାହୁ ଦିତ୍ୱୀୟ,ଏବଂ ତୃତୀୟ ସ୍ଥାନ ପାଇଥିବା ରିଙ୍କିମଣୀ ସାହୁ,କମଳିନୀ ଭୋଇ ଙ୍କୁ ପୁରସ୍କୃତ କରାଯାଇଥିଲା ।କୁମାରୀ ମାମିନ ସାହୁ,ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିଲେ ।ଅକ୍ଷୟ କୁମାର ସାହୁ ସାଂସ୍କୃତିକ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ । ପାର୍ବଣ ଉସôବ ଦଶରା ଆୟୋଜନ କମିଟୀ ର ସଭାପତି ଭକ୍ତବନ୍ଧୁ ସାହୁ,ପଲ୍ଲୀ ବିକାଶ ୟୁଥ କ୍ଲବ ର କାର୍ୟ୍ୟକାରୀ ସଭାପତି ଅମିତ ରଣା,ପୁରିତ ସାହୁ,ମହେନ୍ଦ୍ର ସାହୁ ,ତପନ ଭୋଇ,ଲିଲୁ ଭୋଇ,ବାବୁନା ସାହୁ,ଫକୀର ସାହୁ,ୱାର୍ଡ ମେମ୍ବର ଯୋଗେନ୍ଦ୍ର ସାହୁ,ଲିଲୁ ଭୋଇ,ଗୋବିନ୍ଦ ସାହୁ,ଲିଲୁ ସାହୁ,ନାରୀ ନେତ୍ରୀ କମଲିନୀ ଭୋଇ,ରିଙ୍କିମଣି ସାହୁ,ଜ୍ୟୋସ୍ନା ସାହୁ,ଅଞ୍ଜନା ଭୋଇ,ପୂଜା କର୍ତା ରମାକାନ୍ତ ସାହୁ,ଦେବେନ୍ଦ୍ର ସାହୁ,ଧନସିଂ ବାଗ ଙ୍କ ସହ ଦୂର୍ଗାପୂଜା କମିଟୀ,ସ୍ୱୟଂ ସହାୟିକା ଗୋଷ୍ଠୀ,ଗ୍ରାମର ବହୁ ବ୍ୟକ୍ତି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ରେ ଦର୍ଶକ ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ଉପଭୋଗ କରିଥିଲେ । ଓଡ଼ିଶା ସମାଚାର