Sunday , October 17 2021
Breaking News
Home / ବିଶେଷ / ଯୁବକମାନଙ୍କ ଦ୍ୱାରା ଗ୍ରାମ୍ୟରାସ୍ତା ସଫେଇ

ଯୁବକମାନଙ୍କ ଦ୍ୱାରା ଗ୍ରାମ୍ୟରାସ୍ତା ସଫେଇ

ଗରଦପୁର, ୦୫/୧୦/୨୦୧୯ (ଓଡ଼ିଶା ସମାଚାର)- ଯୁବକମାନଙ୍କ ଦ୍ୱରା ଆଜି ଗ୍ରାମ୍ୟ ରାସ୍ତାଗୁଡିକୁ ସଫା କରାଯାଇଥିବାର ଦେଖାଯାଇଛି । ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର କେତେକ ଯୁବକମାନେ ମିଶି ନିଜ ଗ୍ରାମରେ ରହିଥିବା ଆବର୍ଜ୍ଜନାପୂର୍ଣ୍ଣ ରାସ୍ତାକୁ ସଫେଇ କରିଛନ୍ତି । ଗ୍ରାମର କୈଳାଶ ମହାନ୍ତ ଗଡା ଠାରୁ ଏହି ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ,ଶରତ ସେଠୀଙ୍କ ଘର ଠାରୁ ନହଣଗଡିଆ ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାର ପାଶ୍ୱର୍ରେ ରହିଥିବା ଅଳିଆ ,ଆବର୍ଜ୍ଜନା ଗୁଡିକ ପରିଷ୍କାର କରାଯାଇଥିବାବେଳେ, ରାସ୍ତା ପାଶ୍ୱର୍କୁ ମାଡି ଆସିଥିବା ବିଭିନ୍ନ ପ୍ରକାରର ଛୋଟଛୋଟ ଗଛଲତାକୁଡୁକୁ କାଟି ସଫା କରିଛନ୍ତି । କେଡାରୀ ପଂଚାୟତର ପୂର୍ବତନ ସମିତି ସଭ୍ୟ ଚିତରଞ୍ଜନ ଚୌଧୁରୀଙ୍କ ଉଦ୍ୟମରେ ଗ୍ରାମର ଯୁକମାନଙ୍କ ମଧ୍ୟରେ ମାନସ ପରିଡା, ପ୍ରଦୀପ୍ କୁମାର ମହାପାତ୍ର, ଶିଶିର ଜେନା, ସିଲୁ ସାଗରମହାପାତ୍ର, ଶରତ ଚନ୍ଦ୍ର ସେଠୀ, ଦିଗବିଜୟ ଜେନା ଓ ପ୍ରମୋଦ ମହାପାତ୍ର ପ୍ରମୁଖ ୧୫ରୁ ଉଦ୍ଧ୍ୱର୍ ଯୁବକମାନେ ହାତରେ କୋଦାଳ,ଦା’ଝୁଡି ଆଦି ଧରି ଗ୍ରାମ୍ୟ ରାସ୍ତାରକୁ ସଫେଇ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *