ଭୁବନେଶ୍ୱର,୦୫/୧୦/୨୦୧୯ (ଓଡ଼ିଶା ସମାଚାର)- କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ବର୍ଗରେ କ୍ରମାଗତ ପଂଚମ ଥର ପାଇଁ ଟାଟା ଷ୍ଟିଲ୍ ସମ୍ମାନଜନକ ଡୁନ୍ ଆଣ୍ଡ୍ ବ୍ରାଡସିଟ୍ କର୍ପୋରେଟ୍ ପୁରସ୍କାର ବିଜୟୀ ହୋଇଛି । ମୁମ୍ବାଇ ଠାରେ ଆୟୋଜନ କରାଯାଇଥିବା ଏକ ଭବ୍ୟ ସମାରୋହରେ ଟାଟା ଷ୍ଟିଲ୍ର ଉପସଭାପତି (କର୍ପୋରେଟ ସେବା) ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ପ୍ରଶାସକ, କଂପାନିର ସିଇଓ,ବିଶିଷ୍ଟ କର୍ପୋରେଟ୍ ଲିଡର୍ ଓ ପେସାଦାରମାନେ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ଭାରତୀୟ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ୨୦୦୬ ପରଠାରୁ ଡୁନ୍ ଆଣ୍ଡ୍ ବ୍ରାଡସିଟ୍ କର୍ପୋରେଟ୍ ପୁରସ୍କାର ପ୍ରଦାନ କରାଯାଉଛି । ବର୍ତମାନ ସୁଦ୍ଧା ଭାରତର ଶ୍ରେଷ୍ଠ ୫୦୦ କଂପାନିକୁ ଏହି ପୁରସ୍କାର ଦିଆଯାଇସାରିଲାଣି ଯେଉଁମାନେ ଦେଶ ପରିବର୍ତନରେ “ପରିବର୍ତନର ଚାମ୍ପିୟନ’ ଭୂମିକା ନିର୍ବାହ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଉପସଭାପତି (କର୍ପୋରେଟ ସେବା), ଟାଟା ଷ୍ଟିଲ୍ କହିଛନ୍ତି ଯେ, “କର୍ପୋରେଟ୍ ସାମାଜିକ ଦାୟିତ୍ୱ କ୍ଷେତ୍ରରେ ଆମର ଉଦ୍ୟମକୁ ଡୁନ୍ ଆଣ୍ଡ୍ ବ୍ରାଡସିଟ୍ ସ୍ୱୀକୃତି ପ୍ରଦାନ କରିଥିବାରୁ ଆମେ କୃତଜ୍ଞ । ଆମ ସିଏସ୍ଆର୍ ରଣନୀତିରେ ପରିବର୍ତନ ମଡେଲ୍କୁ ଉପସ୍ଥାପନ କରାଯାଉଛି ଯାହା ଭାରତରେ ମୌଳିକ ବିକାଶ ଅନ୍ତର ଉପରେ ପ୍ରଭାବ ପକାଉଛି । ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜାରି କରିବା ଏବଂ ପରିଚାଳିତ ହେଉଥିବା ଅଂଚଳର ବିକାଶରେ ଉନ୍ନତି ଆଣିବା-ଗୋଷ୍ଠୀ ବିକାଶକୁ କାର୍ଯ୍ୟକାରୀ କରିବା । ଏହା ବ୍ୟତୀତ ଟାଟା ଷ୍ଟିଲ୍ ଏହାର ସିଏସଆର୍ ପ୍ରଶାସନକୁ ସୁଦୃଢ଼ କରୁଛି ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଜରିଆରେ ପ୍ରମୁଖ ଅଭିଯାନଗୁଡ଼ିକ ଜରିଆରେ ବିକାଶକୁ ତ୍ୱରାନ୍ୱିତ କରି ନିଜର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ।’’ ଟାଟା ଷ୍ଟିଲ୍ ପକ୍ଷରୁ ଏହାର ସିଏସ୍ଆର୍ ଅଭିଯାନ ଜରିଆରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଜୀବିକା ସମେତ ଜଳ, ପରିମଳ, କ୍ରୀଡ଼ା, ସଶକ୍ତୀକରଣ, ଭିତିଭୂମି ସୃଷ୍ଟି ଏବଂ ଆଦିବାସୀ କଲ୍ୟାଣ ଆଦି ଦିଗରେ କାମ କରୁଛି । କଂପାନିର ଲକ୍ଷ୍ୟ ହେଉଛି ୨୦୨୫ ସୁଦ୍ଧା ୨ ନିୟୁତ ଲୋକଙ୍କ ଜୀବନକୁ ପ୍ରଭାବିତ କରିବା । ଜାତୀୟ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ କଂପାନି ସବୁ ବେଳେ ବିଭିନ୍ନ ସଂସ୍ଥା ସହ ସହଯୋଗିତା ସ୍ଥାପନ କରିବାର ସୁଯୋଗ ସନ୍ଧାନ କରୁଛି । ଶିକ୍ଷା କ୍ଷେତ୍ରରେ ଏହାର ପ୍ରକ୍ସିମେଟ୍ କମୁ୍ୟନିଟି ଡେଭେଲପମେଂଟ୍ ପ୍ରୋଗ୍ରାମ ଏବଂ ଟାଟା ଷ୍ଟିଲ୍ ସ୍କଲାରସିପ୍ ପ୍ରୋଗ୍ରାମ ଏବଂ ଜ୍ୟୋତି ଫେଲେସିପ୍ କାର୍ଯ୍ୟକାରୀ କରିଛି । ଓଡ଼ିଶା ସମାଚାର