ଗରଦପୁର, ୦୫/୧୦/୨୦୧୯ (ଓଡ଼ିଶା ସମାଚାର)- ଗତ ଲଗାଣ ବର୍ଷା ପରେ ପରେ ଏବେ ଟାଣ ଖରା ହେଉଥିବାରୁ ବିଭିନ୍ନ ଗ୍ରାମମାନଙ୍କରେ କରାଯାଇଥିବା ବିଆଳି ଧାନ ଫସଲ ଅମଳ ଯୋରସୋରରେ ଚାଲିଛି । ଚାଷୀମାନେ ଜମିରୁ ଧାନ କାଟିବା ପରେ ସେଗୁଡିକୁ ବୋହି ଆଣି ବିଭିନ୍ନ ରାସ୍ତା ପାଶ୍ୱର୍,ଜମି ମଧ୍ୟରେ ଓ କେତେକ ପଡିଆଥିବା ସ୍ଥାନରେ ଧାନ ଅମଳ କରୁଥିବାର ଦେଖାଯାଉଛି । ଅମଳ କରାଯାଉଥିବା ଧାନ ଓ ନଡାକୁ ରାସ୍ତା ଉପରେ ଶୁଖାଇ ସେଥିରୁ ଧାନ ଅମଳ କରୁଥିବାର ଦେଖାଯାଉଛି । ରାସ୍ତାରେ ଏହି ସବୁ ଧାନ ଅମଳ କରୁଥିବାରୁ ଓ ଅନେକ ସ୍ଥାନରେ ଧାନ ଗଛର ନଡାକୁ ଶୁଖାଇ କୁଟା କରୁଥିବାରୁ ରାସ୍ତାରେ ଯାତାୟତ କରୁଥଇବା ସାଇକେଲ ଆରୋହୀ,ବାଇକ୍ ଆରୋହୀମାନେ ଓ ପଥାଚାରୀମାନେ ଅସୁବିଧାରେ ପଡୁଥିବାର ଦେଖାଯାଉଛି । ପ୍ରକାଶ ଯେ, ଅଂଚଳର ପଦ୍ମପୁର, ବେଡାରୀ ଓ ପାଟକୁରା ଆଦି ଗ୍ରାମ ପଂଚାୟତମାନଙ୍କରେ ପ୍ରାୟ ଅଧିକାଂଶ ଜମିରେ ବିଆଳି ଧାନ ଫସଲ କରାଯାଇଛି । ଏହି ସବୁ ଜମିରେ ଧାନ ଅମଳ ହେବା ପରେ ସେହି ଜମିରେ ବିରି, ଚିନାବାଦାମ, ଶୋରିଷ, ଆଳି ଆଦି ବିଭିନ୍ନ ପନିପରିବା ଫସଲ ଲଗାଯିବାର ଯୋଜନା ରହିଛି । ଚାଷୀମାନେ ଏବେ ଅତି ତରବରରେ ଜମିରେ କରାଯାଇଥିବା ବିଆଳି ଧାନକୁ କାଟି ଅମଳ କରୁଛନ୍ତି । ଓଡ଼ିଶା ସମାଚାର